ଉପରମୁଣ୍ଡରେ ପ୍ରବଳ କାଚୁଛି, ଖୋଲିଲା ହୀରାକୁଦର ୬ଟି ଗେଟ୍‌

୬ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ

ସମ୍ବଲପୁର: ପ୍ରଥମେ ଦୁଇଟି ଗେଟ୍ ପରେ ୪ଟି ଗେଟ୍‌, ମୋଟ ୬ଟି ଗେଟ୍ ଖୋଲିଛି ହୀରାକୁଦ ଜଳଭଣ୍ଡାର।

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ୁଥିବାରରୁ ଖୋଲିଲା ଆଉ ୪ଟି ଗେଟ୍‌।

ମୋଟ ୬ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ କରାଯାଉଛି।

୨ଟି ଗେଟ୍ ଖୋଲାଥିବା ବେଳେ ଜଳଭଣ୍ଡାରର ଜଳସ୍ତର ୬୨୬.୩୭ ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଥିଲା ୭୪.୪୭୨ କ୍ୟୁସେକ ଜଳ ।

ଅନ୍ୟପଟେ ରାଜ୍ୟର କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ଆଜି ରେକର୍ଡ ହୋଇଥିବା ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବ ।

ଏହା ସ୍ପଷ୍ଟ କରିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।