ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର ହେଲେ ଓଲିଉଡ୍ ସଇଙ୍ଗର ଅଭିଜିତ୍ ମଜୁମଦାର । ଅଭିଜିତଙ୍କ ସ୍ୱାସ୍ତ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ୍ସ ସ୍ଥାନାନ୍ତର କରାଯାଇଛି ।
କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ୍ । ଓଡ଼ିଶାର ଏହି ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଓ ପ୍ରଯୋଜକ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ କଟକର ଏକ ପ୍ରାଇଭେଟ ହସ୍ପିଟାଲରେ ଅଭିଜିତଙ୍କୁ ନିଆଯାଇଥିଲା । ସେଠାରେ କିଛିଦିନ ଚିକିତ୍ସା ପରେ ସ୍ୱାସ୍ତ୍ୟାବସ୍ଥାରେ ସୁଧାର ଆସି ନ ଥିଲା । ଯେଉଁ କାରଣରୁ ବର୍ତ୍ତମାନ ଅଭିଜିତଙ୍କୁ ଏକ୍ସ ସ୍ଥାନାନ୍ତର କରିଦିଆଯାଇଛି ।