SBI ପକ୍ଷରୁ ଜାରି ହେଲା ଜରୁରୀ ସୂଚନା, ଆସନ୍ତା କାଲି ବନ୍ଦ ରହିବ ଷ୍ଟେଟ ବ୍ୟାଙ୍କର ସମସ୍ତ DIGITAL ସେବା
ଜାଣନ୍ତୁ ଏହା ପଛର କାରଣ । ଏହି ସମୟ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କର ସମସ୍ତ ଡିଜିଟାଲ ସର୍ଭିସ୍ ।
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ପକ୍ଷରୁ ଜରୁରୀ ସୂଚନା ଜାରି କରାଯାଇଛି । ଏ ସପ୍ତାହରେ ବ୍ୟାଙ୍କର ସମସ୍ତ ଡିଜିଟାଲ ସେବା ବନ୍ଦ ରହିବ ।
ଇଣ୍ଟରନେଟ୍ ବ୍ୟାଙ୍କିଂ, ରିଟେଲ୍, ମର୍ଚାଣ୍ଟ, ୟୋନୋଲାଇଟ୍ ସିଆଇଏନବି, ୟୋନୋ ବିଜନେସ୍, ୟୋନୋ ମୋବାଇଲ ଆପ ମଧ୍ୟ କାମ କରିବନି । ବ୍ୟାଙ୍କ ନିଜର ଅଫିସିଆଲ ୱେବସାଇଟରେ ଦେଇଥିବା ସୂଚନାରେ କହିଛି ଯେ, ୭ ତାରିଖ ଦିନ ୧ଟା ୨୦ରୁ ୨ଟା ୨୦ ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟା ସମସ୍ତ ିଜିଟାଲ ସେବା ବନ୍ଦ ରହିବ ।
ସେବା ବନ୍ଦ ନେଇ ଗ୍ରାହକମାନେ ଭୋଗିବାକୁ ଥିବା ଅସୁବିଧାରୁ ବଞ୍ଚିତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିବା କୁହାଯାଇଛି ।
ଡିଜିଟାଲ ସେବାକୁ ଛାଡ଼ିଦେଲେ ପିନ୍ ଜେନେରେଟ୍, ପିନ୍ ଚେଞ୍ଜ, ମିନି ଷ୍ଟେଟମେଣ୍ଟ, କ୍ରେଡିଟ କାର୍ଡ ପେମେଣ୍ଟ, କ୍ରେଡିଟ କାର୍ଡ ଆପ୍ଲିକେଶନ୍ କାମ ହୋଇପାରିବ ।
ସୂଚନା ଅନୁସାରେ ବ୍ୟାଙ୍କର ଡିଜିଟାଲ ସେବା ଯେଉଁ ସମୟରେ ବନ୍ଦ ରହିବ ସେ ସମୟରେ କମ୍ ଗ୍ରାହକ ଏହାର ବ୍ୟବହାର କରନ୍ତି । ଗ୍ରାହକଙ୍କ ହିତକୁ କେନ୍ଦ୍ର କରି ବ୍ୟାଙ୍କ ସବୁବେଳେ କାର୍ଯ୍ୟ କରିଥାଏ ବୋଲି ସୂଚନାରେ କୁହାଯାଇଛି ।