ବାଣୀବିହାରରେ ଅପରେସନ ଅଲ୍ଆଉଟ୍, ମାଡ଼ିବସିଥିବା କ୍ୱାର୍ଟର୍ସ ହେଉଛି ଖାଲି
ଅନଧିକୃତ ଭାବେ ରହିଛି ୪୦ରୁ ୫୦ କ୍ୱାର୍ଟର୍ସ
ଭୁବନେଶ୍ୱର: ବାଣୀବିହାରରେ ଅପରେସନ ଅଲ୍ଆଉଟ୍। ହଷ୍ଟେଲ ପରେ ଖାଲି ହେଉଛି କ୍ୱାର୍ଟର୍ସ। ଯାଞ୍ଚ ପରେ ଜବରଦଖଲ କ୍ୱାର୍ଟର୍ସ ଉଚ୍ଛେଦ। କ୍ୱାର୍ଟର୍ସ ତାଲା ଭାଙ୍ଗି ଘର ସାମଗ୍ରୀ ଫିଙ୍ଗିଲା ପ୍ରଶାସନ।
ଅନଧିକୃତ ଭାବେ ରହିଛି ୪୦ରୁ ୫୦ କ୍ୱାର୍ଟର୍ସ। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତୟନ ହୋଇଛନ୍ତି।
ସେପଟେ ଭିସି କହିଛନ୍ତି କର୍ମଚାରୀ ରହୁନଥିବା କ୍ୱାର୍ଟର୍ସ ଗୁଡ଼ିକ ଯାଞ୍ଚ ହେବ। କାହିଁକି ଭଡ଼ାରେ କ୍ୱାର୍ଟର୍ସ ଦେଇଥିଲେ ସେନେଇ ହେବ କାର୍ଯ୍ୟାନୁଷ୍ଠାନ।
ହଷ୍ଟେଲରୁ ଅଣଛାତ୍ର ବିଦା ପରେ ଖାଲି ହେଉଛି କ୍ୱାର୍ଟର୍ସ। ଅନଧିକୃତ ଭାବେ ମାଡ଼ି ବସିଥିବା କ୍ୱାର୍ଟର୍ସ ହେଉଛି ଖାଲି।