ତମ୍ବା ପାତ୍ରର ପାଣି ପିଇବା ଦ୍ୱାରା ଭଲ ହୋଇଯାଏ ଏହି ରୋଗ, ଜାଣନ୍ତୁ କିଏ ନ ପିଇବା ଆବଶ୍ୟକ

ଏହିମାନେ ପିଅନ୍ତୁ ତମ୍ବା ପାତ୍ରର ପାଣି..

ଓଡ଼ିଶା ଭାସ୍କର: ଭାରତୀୟ ପରମ୍ପରାରେ ତମ୍ବା ପାତ୍ରରେ ପାଣି ପିଇବା ଖୁବ ଭଲ ବୋଲି କୁହାଯାଇଥାଏ । ଆର‌୍ୟୁବେଦରେ ମଧ୍ୟ ତମ୍ବାର ଗୁଣକୁ ମାନ୍ୟତା ଦିଆଯାଇଥାଏ । ତମ୍ବାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇମ୍ଫେ୍ଲମେଟରୀ ଗୁଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ ଏହା ସମସ୍ତଙ୍କ ପାଇଁ ଭଲ ହୋଇନଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ..

ତମ୍ବା ପାତ୍ରରେ ପାନି ପିଇବାର ଫାଇଦା ଏବଂ କ୍ଷତି:
କେଉଁ ରୋଗ ଠିକ୍ ହୁଏ: ଏଥିରେ ଗ୍ୟାସ, ଏସିଡିଟି, କୋଷ୍ଠକାଠିନ୍ୟ, ଏନିମିଆ ଏବଂ ଅର୍ଥରାଇଟିସ ଭଳି ଅନେକ ରୋଗରୁ ମୁକ୍ତି ମିଳିଥାଏ । ତମ୍ବାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇମ୍ଫେ୍ଲମେଟରୀ ଗୁଣ ପାଚନ ଶକ୍ତିକୁ ମଜବୁତ କରିଥାଏ । ଏଥିସହ ବଡିକୁ ଡିଟକ୍ସ କରିଥାଏ ।

ସକାଳୁ ଖାଲି ପେଟରେ ପିଇଲେ କେଉଁ ଲାଭ ମିଳେ: ରାତି ସାରା ତମ୍ବା ପାତ୍ରରେ ରହିଥିବା ପାଣି ସକାଳୁ ଖାଲି ପେଟରେ ପିଇଲେ, ଏନିମିଆରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଏହି ପାଣି ଥାଇରଏଡ୍ ହର୍ମୋନକୁ ବାଲାନ୍ସ କରିବାରେ ସହଯୋଗ କରିଥାଏ । ଏହା ମେଟାବଲିଜିମକୁ ଠିକ୍ ରଖିଥାଏ । ଶରୀର ଭିତରେ ଥିବା ହର୍ମୋନାଲ ଅସନ୍ତୁଳନକୁ କମ୍ କରିବାରେ ସହାୟକ ହୋଇଥାଏ ।

ତମ୍ବା ପାତ୍ରର ପାଣି କିଏ ନ ପିଇବା ଆବଶ୍ୟକ: ଗର୍ଭବତୀ ଏବଂ ସ୍ତନପାନ କରାଉଥିବା ମହିଳା ଏହି ପାଣି ନ ପିଇବା ଆବଶ୍ୟକ । ଯେଉଁ ଲୋକଙ୍କର ପେଟରେ ଜଳାପୋଡା ବା ଗଭୀର ରକ୍ତସ୍ରାବର ରୋଗ ହୋଇଥାଏ, ସେମାନେ ତମ୍ବା ପାତ୍ରର ପାଣି ପିଅନ୍ତୁନି ।

ତମ୍ବା ପାତ୍ରରେ ପାଣି ପିଇବାର ଅସୁବିଧା କ’ଣ? ତମ୍ବା ପାତ୍ରରେ ପାଣି ପିଇବାର ମୁଖ୍ୟ ଅସୁବିଧା ହେଉଛି ତମ୍ବା ବିଷାକ୍ତତାର ଆଶଙ୍କା, ଯାହା ଶରୀରରେ ଅତ୍ୟଧିକ ତମ୍ବା ଯୋଗୁଁ ହୋଇଥାଏ। ଏହା ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ବାନ୍ତି ଏବଂ ଡାଇରିଆ ଭଳି ସମସ୍ୟା ସୃଷ୍ଟି କରିପାରେ। ଗୁରୁତର କ୍ଷେତ୍ରରେ, ଲିଭର ଏବଂ କିଡନୀ ଫେଲ୍ ହେବାର ଆଶଙ୍କା ମଧ୍ୟ ରହିପାରେ।