IND vs PAK: ଆଜି ଦୁବାଇ ମାଟିରେ ହେବ ମହାସଂଗ୍ରାମ, ମ୍ୟାଚ୍ ପୂର୍ବରୁ BCCI ସେୟାର କଲା ଭିଡିଓ, ଫ୍ୟାନ୍ସଙ୍କ ବଢିଲା ଉତ୍ସାହ

ଆଜି ଦୁବାଇ ମାଟିରେ ହେବ ଭାରତ-ପାକିସ୍ତାନ ଭିତରେ ମହାସଂଗ୍ରାମ । ସେପଟେ ମ୍ୟାଚ୍ ପୂର୍ବରୁ BCCI ସେୟାର କଲା ଭିଡିଓ, ଫ୍ୟାନ୍ସଙ୍କ ବଢିଲା ଉତ୍ସାହ ।

ହାଇଦ୍ରାବାଦ: UAEରେ ଖେଳାଯାଉଥିବା ଏସିଆ କପ୍ 2025ର ଷଷ୍ଠ ମ୍ୟାଚରେ ଭାରତ ଆଜି (14 ସେପ୍ଟେମ୍ବର) ପାକିସ୍ତାନ ସହିତ ମୁକାବିଲା କରିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8 ଟାରୁ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଅପରେସନ୍ ସିନ୍ଦୁର ପରେ ଏହା ପ୍ରଥମ ଥର ଯେ ଭାରତ ଏବଂ ପାକିସ୍ତାନର କ୍ରିକେଟ୍ ଦଳ ପରସ୍ପର ମୁହାଁମୁହିଁ ହେବେ, ଯାହା କାରଣରୁ ଭାରତରେ ଏହି ମ୍ୟାଚକୁ ତୀବ୍ର ବିରୋଧ କରାଯାଉଛି ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟ ଆଜି ଦେଶବ୍ୟାପୀ ମ୍ୟାଚ୍ ବିରୋଧରେ ପ୍ରତିବାଦ କରିବାକୁ ଘୋଷଣା କରିଛନ୍ତି।

ସେପଟେ ସରକାର କହିନ୍ତି ଯେ, ସେ ଟିମ୍ ଇଣ୍ଡିଆକୁ ICC ଏବଂ ACC ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାରୁ ରୋକିପାରିବେ ନାହିଁ। ସେହି ସମୟରେ, ପୂର୍ବତନ ଅଭିଜ୍ଞ ଖେଳାଳିମାନେ କହିଛନ୍ତି ଯେ ଭାରତୀୟ ଦଳ ନିଜ ଖେଳ ଉପରେ ଧ୍ୟାନ ଦେବା ଉଚିତ ଏବଂ ଟ୍ରଫିକୁ ଘରକୁ ଆଣିବାକୁ ଚେଷ୍ଟା କରିବା ଉଚିତ।

IND vs PAK: BCCI ସେୟାର କଲା ଭିଡିଓ

ଏସିଆ କପ୍ 2025 ର ଷଷ୍ଠ ମ୍ୟାଚ୍ ପୂର୍ବରୁ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସୋସିଆଲ ମିଡିଆରେ ଟିମ୍ ଇଣ୍ଡିଆର ପ୍ରସ୍ତୁତିର ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଖେଳାଳିମାନେ ନେଟରେ ଝାଳ ବୁହାଇ ଅଭ୍ୟାସ କରୁଥିବାର ଦେଖିବାକୁ ମିଳୁଛି। ଆପଣଙ୍କୁ କହି ରଖୁଛୁ ଯେ ଭାରତରେ କିଛି ଲୋକ ଏହି ମ୍ୟାଚକୁ ନେଇ BCCIର ବିରୋଧ ଏବଂ ସମାଲୋଚନା ମଧ୍ୟ କରୁଛନ୍ତି।