ଚାଲିଛି ଲଢ଼େଇ, ଦୁଲ ଦାଲ ପଡ଼ୁଛି ୱିକେଟ, ରନ୍ ପାଇଁ ବିକଳ ପାକିସ୍ତାନ, କମାଲ କରୁଛି ଟିମ୍ ଇଣ୍ଡିଆ 

ପାକିସ୍ତାନ ରନ୍ ପାଇଁ ପଡ଼ିଆରେ ହେଉଛି ବିକଳ।

ଓଡ଼ିଶାଭାସ୍କର: ଦୁବାଇରେ ଏସିଆ କପର ଚାଲିଛି ଦମଦାର ମ୍ୟାଚ୍‌। ଇଣ୍ଡିଆ -ପାକିସ୍ତାନ ଭିତରେ ଚାଲିଛି ଜୋରଦାର ଟକ୍କର। ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା ପାକିସ୍ତାନ ରନ୍ ପାଇଁ ପଡ଼ିଆରେ ହେଉଛି ବିକଳ।

ଆକ୍ରାମକ ସ୍ଥିତିରେ ଭାରତ। ପ୍ରଥମେ ୬ ବଲରେ ୨ ୱିକେଟ୍ ଯାଇଥିବା ବେଳେ ପରେ ୪୭ ରନ୍‌ରେ ୩ୱିକେଟ ହରାଇଥିଲା ପାକିସ୍ତାନ। ୪୯ ରନ୍‌ରେ ଚତୁର୍ଥ ୱିକେଟ ହରାଇଛି ପାକିସ୍ତାନ।

ବରୁଣ ଚକ୍ରବର୍ତ୍ତୀ ୯ ଓଭରରେ କେବଳ ଦୁଇଟି ରନ୍ ଦେଇଥିଲେ। ୯ ଓଭର ପରେ ପାକିସ୍ତାନର ସ୍କୋର ୩ ୱିକେଟ୍ ହରାଇ ୪୭ ରନ୍ ହୋଇଛି। ସାହିବଜାଦା ଫରହାନ୍ ୨୭ ବଲ୍ ରେ ଦୁଇଟି ଛକା ସହିତ ୨୨ ରନ୍ ରେ ଅଛନ୍ତି। ଅଧିନାୟକ ସଲମାନ ଆଗା ୬ ବଲ୍ ରେ ଗୋଟିଏ ରନ୍ ରେ ଅଛନ୍ତି।