UAE VS PAK: ଟସ୍ ଜିତିଲା UAE, ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ; ଘଣ୍ଟାଏ ଧରି ଚାଲିଥିବା ବିବାଦ ପରେ ମ୍ୟାଚ୍ ଆରମ୍ଭ
ଆରମ୍ଭ ହେଲା ପାକିସ୍ତାନ-ୟୁଏଇ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ୟୁଏଇ ।
ନୂଆଦିଲ୍ଲୀ: ଆରମ୍ଭ ହେଲା ପାକିସ୍ତାନ-ୟୁଏଇ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ୟୁଏଇ । ଘଣ୍ଟାଏ ଧରି ଚାଲିଥିବା ବିବାଦ ପରେ ଆରମ୍ଭ ହେଲା ମ୍ୟାଚ୍ । ତେବେ ଆଇସିସି ଏବଂ ପିସିବି ମଧ୍ୟରେ ଏବେ ବି ଆଲୋଚନା ଜାରି ରହିଛି।
ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ଆରମ୍ଭ ହେବାକୁ ଥିବା ପାକିସ୍ତାନ ଏବଂ UAE ମଧ୍ୟରେ ମ୍ୟାଚ୍ ଏବେ ଗୋଟିଏ ଘଣ୍ଟା ବିଳମ୍ବରେ ରାତି ୯ଟାରେ ଆରମ୍ଭ ହେବ। ଟସ୍ ରାତି ୮:୩୦ରେ ହେଲା।