ସୁନା ପ୍ରେମୀଙ୍କ ପାଇଁ ଗୁଡ ନ୍ୟୁଜ୍; କାଲି ଅପେକ୍ଷା ଆଜି ପୁଣି କମିଲା ସୁନା ଦର, 1670 ଟଙ୍କା ଶସ୍ତା ହେଲା ରୂପା
ଗୁରୁବାର ସକାଳୁ ସକାଳୁ ସୁନା ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର। କାଲି ଅପେକ୍ଷା ଆଜି କମିଛି ଦର। କିଣିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ମୂଲ୍ୟ...
ଭୁବନେଶ୍ବର: ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୧,୧୭୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧,୦୧,୯୦୦ ଟଙ୍କାରେ କାରବାର ଆରମ୍ଭ କରିଛି।
ତେବେ ଆମେରିକାର ଫେଡେରାଲ ରିଜର୍ଭଙ୍କ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ପୂର୍ବରୁ ଲାଭ-ବୁକିଂ ଯୋଗୁଁ ସୁନା ମୂଲ୍ୟ ଦୁର୍ବଳ ହୋଇଥିବା ଜଣାରଡ଼ିଛି ।
ଅନ୍ୟପଟେ ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୧୧,୧୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୦୧,୯୦୦ ଟଙ୍କାରେ କାରବାର ଆରମ୍ଭ କରିଛି।
ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୧୧,୧୭୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୦୧,୯୦୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୧୧,୩୨୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୦୨,୦୫୦ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୧୧,୪୯୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୦୨,୨୦୦ ଟଙ୍କା ରହିଛି ।
ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୧୧,୧୭୦ ଓ ୧,୦୧,୯୦୦ ଟଙ୍କା ରହିଛି।
ରୂପା ମୂଲ୍ୟରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖାଦେଇଛି
ଲାଭ-ବୁକିଂ ଯୋଗୁଁ ଆଜି ରୂପା ମଧ୍ୟ ତାର ଲାଭ ହରାଇଛି। ବୁଧବାର ଦିନ, ରୂପା ₹1,670 ହ୍ରାସ ପାଇ ପ୍ରତି କିଲୋଗ୍ରାମ ₹1,31,200 ରେ ପହଞ୍ଚିଛି। ପୂର୍ବ ଅଧିବେଶନରେ, ଏହା ₹570 ବୃଦ୍ଧି ପାଇ ₹1,32,870 ପ୍ରତି କିଲୋଗ୍ରାମର ନୂତନ ରେକର୍ଡ ଛୁଇଁଥିଲା। ବିଶ୍ୱ ସ୍ତରରେ, ଫେଡେରାଲ ଓପନ୍ ମାର୍କେଟ କମିଟି (FOMC) ବୈଠକ ପୂର୍ବରୁ ନିବେଶକମାନେ ସତର୍କ ରହିଥିବାରୁ ସୁନା ଏବଂ ରୂପା ମଧ୍ୟ ନୂତନ ଶିଖର ଛୁଇଁବା ପରେ ହ୍ରାସ ପାଇଛି।
କେମିତି ଜାଣିବେ ସୁନାର ଶୁଦ୍ଧତା- ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।