ଖୁସି ଖବର: ଆବାସ ହିତାଧିକାରୀଙ୍କୁ ମାଗଣାରେ ବାଲି ଦେବେ ସରକାର! ସୂଚନା ଦେଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଆବାସ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମାଗଣାରେ ବାଲି ଯୋଗାଇବେ ସରକାର । ଏନେଇ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଲେ ଇସ୍ଫାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଭୁବନେଶ୍ବର: ଆବାସ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମାଗଣାରେ ବାଲି ଯୋଗାଇବେ ସରକାର । ଏନେଇ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଗୁରୁବାର ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ଏମିତି କିଛି କହିଛନ୍ତି ଇସ୍ଫାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହା ସହ ବାଲି ମାଫିଆଙ୍କୁ ନିସ୍ତାର ମିଳିବନି ବୋଲି କହିଲେ ଖଣି ମନ୍ତ୍ରୀ ।
ତାଙ୍କ କହିବା ମୁତାବକ, ୨୦୨୪-୨୫ ଆର୍ଥିକ ବର୍ଷରେ ୪୩୬୧ ଥର ଚଢ଼ାଉ କରି ୪୬୭୬ ଟି ଗାଡ଼ି ଜବତ କରାଯାଇଛି । ଏ ବାବଦରେ ୪୮ କୋଟିରୁ ଅଧିକ ଟଙ୍କା ଜୋରିମନା ଆଦାୟ କରାଯାଇଛି । ଏହାସହ ୨୦୨୫-୨୬ ଆର୍ଥିକ ବର୍ଷରେ ଜୁଲାଇ ୩୧ ତାରିଖ ଭିତରେ ୨୮୭୩ ଥର ଚଢ଼ାଉ କରାଯାଇ ୧୮.୪୧ କୋଟି ଟଙ୍କା ଜୋରିମନା ଆଦାୟ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।