ଭାରତୀୟଙ୍କୁ ଟ୍ରମ୍ପଙ୍କୁ ବଡ଼ ଝଟକା, ମହଙ୍ଗା ହେଲା H-1B ଭିସା, ଲକ୍ଷ ଲକ୍ଷ ଭାରତୀୟ ପ୍ରଭାବିତ
H-1B ଭିସାକୁ ନେଇ ଉତ୍ତେଜନା ବୃଦ୍ଧି। ନିୟମ ପରିବର୍ତ୍ତନ କଲେ ଟ୍ରମ୍ପ।
ନୂଆଦିଲ୍ଲୀ: ପୁଣି ଭାରତୀୟଙ୍କ ଉପରେ ରାଗ ସୁଝାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୫୦% ଟାରିଫ୍ ଘୋଷଣା ପରେ ପୁଣି ଲକ୍ଷ ଲକ୍ଷ ଭାରତୀୟଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି ଟ୍ରମ୍ପ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ଏକ ଘୋଷଣାପତ୍ର ସ୍ୱାକ୍ଷର କରିଛନ୍ତି, ଯାହା H1-B ଭିସା ପାଇଁ ଆବେଦନ ଶୁଳ୍କ ପ୍ରାୟ ୯୦ ଲକ୍ଷକୁ ବୃଦ୍ଧି କରିବ। ଏହି ପଦକ୍ଷେପ ଆମେରିକାରେ ଭିସାରେ କାମ କରୁଥିବା ଭାରତୀୟ ଶ୍ରମିକଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ। ହ୍ୱାଇଟ୍ ହାଉସ୍ ଷ୍ଟାଫ୍ ସଚିବ ୱିଲ୍ ଶାର୍ଫ କହିଛନ୍ତି ଯେ H-1B ଭିସାର ଅପବ୍ୟବହାର ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ମହଙ୍ଗା ହେଲା ଭିସା: ହଁ ଆଜ୍ଞା ଏବେ ମହଙ୍ଗା ହେଲା H-1B ଭିସା। ଆମେରିକାରେ ବଦଳିଲା H-1B ଭିସାର ନିୟମ। H-1B ଭିସା ପାଇଁ ୯୦ ଲକ୍ଷ ଟଙ୍କାର ଫି ଦେବାକୁ ପଡିବ।
ନୂଆ ନିୟମ ଅନୁସାରେ ଏଣିକି ନୂଆ ଆବେଦନ କଲେ ୯୦ ଲକ୍ଷ ଟଙ୍କା ଫି ଦେବାକୁ ପଡ଼ିବ। ଭିସା ନିୟମରେ ପରିବର୍ତ୍ତନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ଏହାଦ୍ୱାରା ସବୁଠୁ ଅଧିକ ଭାରତୀୟ ପ୍ରଭାବିତ ହେବା ଆଶଙ୍କା ରହିଛି। କାରଣ ଆମେରିକାରେ ଆଇଟି କ୍ଷେତ୍ରରେ ସର୍ବାଧିକ H-1B ଭିସାଧାରୀ ଅଛନ୍ତି।
ଆମେରିକୀୟ ଡଲାର ଫି ଘୋଷଣା: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର H-1B ଭିସା ଆବେଦନ ପାଇଁ ୧୦୦୦୦୦ ଆମେରିକୀୟ ଡଲାର ଫି ଘୋଷଣା କରିଛନ୍ତି।
ଟ୍ରମ୍ପ ପ୍ରଶାସନ ବିଶ୍ୱାସ କରେ ଯେ ଏହି ପଦକ୍ଷେପ ଆମେରିକୀୟ କର୍ମଚାରୀଙ୍କ ପାଇଁ ଚାକିରିର ବାଟ ଖୋଲିବ। ହ୍ୱାଇଟ୍ ହାଉସ୍ ଷ୍ଟାଫ୍ ସଚିବ ୱିଲ୍ ଶାର୍ପ୍ ଜୋର ଦେଇ କହିଛନ୍ତି ଯେ ଏହି ଘୋଷଣା ନିଶ୍ଚିତ କରିବ ଯେ କମ୍ପାନୀଗୁଡ଼ିକ ଏପରି ଉଚ୍ଚ ଦକ୍ଷ ବ୍ୟକ୍ତିଙ୍କୁ ଆଣିବେ ଯେଉଁମାନେ ଆମେରିକୀୟ କର୍ମଚାରୀଙ୍କ ଦ୍ୱାରା ବଦଳାଯାଇପାରିବେ ନାହିଁ।
H1B ଭିସା କାର୍ଯ୍ୟକ୍ରମର ସମାଲୋଚନା: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ବର୍ତ୍ତମାନର H1B ଭିସା କାର୍ଯ୍ୟକ୍ରମକୁ ସମାଲୋଚନା କରି ଏହାକୁ ଏକ ଠକେଇ ବୋଲି କହିଛନ୍ତି।
ସୋସିଆଲ ମିଡିଆ X ରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ ବର୍ତ୍ତମାନର H1B ଭିସା ବ୍ୟବସ୍ଥା ଏକ ଠକେଇ ଯାହା ବିଦେଶୀ କର୍ମଚାରୀମାନଙ୍କୁ ଆମେରିକୀୟ ଚାକିରି କରିବାକୁ ଅନୁମତି ଦିଏ।
ଆମେରିକୀୟ କର୍ମଚାରୀମାନଙ୍କୁ ନିଯୁକ୍ତି ଦେବା ସମସ୍ତ ମହାନ ଆମେରିକୀୟ ବ୍ୟବସାୟ ପାଇଁ ପ୍ରାଥମିକତା ହେବା ଉଚିତ। ଏବେ ଆମେରିକୀୟମାନଙ୍କୁ ନିଯୁକ୍ତି ଦେବାର ସମୟ।