ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଆଦିବାସୀ ନେତା ଜର୍ଜ୍ ତିର୍କୀଙ୍କ ପରଲୋକ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ୍ ତିର୍କୀଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 67 ବର୍ଷ ବୟସରେ ଆଖି ବୁଜିଲେ ବିଧାୟକ ।

ରାଉରକେଲା: ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ୍ ତିର୍କୀଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 67 ବର୍ଷ ବୟସରେ ଆଖି ବୁଜିଲେ ବିଧାୟକ । ଗତ 3 ମାସ ଧରି ଅସୁସ୍ଥ ଥିଲେ ଜର୍ଜ ତିର୍କୀ । ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଭାବରେ ଜର୍ଜ ତିର୍କୀ ବେସ ପରିଚିତ । ସେ 1995, 2000, 2009, 2014ରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । JMMରୁ ଦୁଇ ଥର, ଥରେ ସ୍ବାଧୀନ ଓ ଥରେ ସମତା କ୍ରାନ୍ତି ଦଳରୁ ନିର୍ବାଚିତ ହୋଇଥିଲେ ଜର୍ଜ ତିର୍କୀ ।

ତେବେ ସେ ଭୁବନେଶ୍ୱର ଆପୋଲୋ  ହସ୍ପିଟାଲରେ ଶୁକ୍ରବାର ମଧ୍ୟରାତ୍ରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।  ପ୍ରାୟ ୩ ମାସ ହେଲା ସେ ଗୁରୁତର ଅସୁସ୍ଥ ଥିଲେ । ଶୁକ୍ରବାର ଅପରାହ୍ନଣରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାକୁ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା ।

ଆଜି ତାଙ୍କ ନିଜ ଗାଁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଝୁନମୁର ଠାରେ ଶେଷକୃତ୍ୟୁ ସମ୍ପନ୍ନ ହେବ। ଛାତ୍ରଜୀବନରୁ ରାଜନୀତିରେ ସାମିଲ ହୋଇଥିଲେ ଜର୍ଜ ତିର୍କୀ । ବୀରମିତ୍ରପୁର ନିର୍ବାଚନମଣ୍ଡଳୀରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚରୁ ୨ ଥର, ସ୍ବାଧୀନ ଭାବେ ଥରେ ଓ ସମତାକ୍ରାନ୍ତି ଦଳରୁ ଥରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।