ଗୋଟିଏ ମିନିଟ ବି ଚାଲି ପାଲିଲାନି ଗୃହ, ହଟ୍ଟଗୋଳ ଯୋଗୁଁ 4ଟା ପର୍ଯ୍ୟନ୍ତ ଗୃହ ମୁଲତବି କଲେ ବାଚସ୍ପତି

ଆଜି ବିଧାନସଭା ମୌସୁମୀ ଅଧିବେସନର ତୃତୀୟ ଦିନ । ଆଜି ବି ଗୋଟିଏ ମିନିଟ ବି ଚାଲି ପାଲିଲାନି ଗୃହ, ହଟ୍ଟଗୋଳ ଯୋଗୁଁ 4ଟା ପର୍ଯ୍ୟନ୍ତ ଗୃହ ମୁଲତବି କଲେ ବାଚସ୍ପତି ।

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେସନର ତୃତୀୟ ଦିନ । ଆଜି ବି ସ୍ବାଭାବିକ ଭାବେ ଚାଲିପାରିଲାନି ଗୃହ । ଗୃହ କାର୍ଯ୍ୟ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ଫଳରେ ଆଜି ଗୋଟିଏ ମିନିଟ ବି ଚାଲିପାରିଲାନି ବିଧାନସଭା ।

ସେପଟେ ସାର ପ୍ରସଙ୍ଗ ଉଠାଇ ବିଜେଡ଼ି ବିଧାୟକଙ୍କ ବିକ୍ଷୋଭ । ବାଚସ୍ପତିଙ୍କ ପୋଡ଼ିୟମ ତଳେ ହୋହଲ୍ଲା ସହ ନାରାବାଜୀ କଲେ ବିଜେଡ଼ି ସଦସ୍ୟ । ଏହିଭଳି ଭାବରେ ମୌସୁମି ଅଧିବେଶନ ଗୃହରେ ପ୍ରବଳ ତାତି ଦେଖିବାକୁ ମିଳିଥିଲା । ଶେଷରେ ଅପରାହ୍ନ 4 ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ।

ସୂଚନାମୁତାବକ, ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗ‌ତ ନେତା ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ  ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ (ଏମ୍‌) ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଜଣାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।  ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଦୁଇ ମିନିଟ ନିରବ ପ୍ରାର୍ଥନା ହୋଇଥିଲା ।

ପରେ ବିରୋଧୀ ବିଜେଡି ସଦସ୍ୟମାନେ ସାର ପ୍ରସଙ୍ଗରେ ନାରାବାଜି ସହ ହୋହଲ୍ଲା କରିଥିଲେ । ଏହାପରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ଣ ୪ଟା  ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।