୨୩ରେ ବିଧାନସଭା ଘେରିବ ବିଜେଡି, ଶାସକ ଦଳ କହିଲା ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା!

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି । ମୋହନ ସରକାର ପଞ୍ଚୟେତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ ଅଭିଯୋଗ ଆଣିଛି ବିଜେଡି ।

ଏ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ ଏବଂ ଅରୁଣ ସାହୁ ।

ସେପଟେ ବିଜେଡିର ବିଧାନସଭା ଘେରାଉକୁ ନେଇ ବିଜେପି ବିଧୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ବିରୋଧୀ ଦଳ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରୁଛନ୍ତି ।