ସକାଳୁ ସକାଳୁ ଭୟଙ୍କର ନିଆଁ, ହୁତୁହୁତୁ ହୋଇ ଜଳୁଛି LIC ଅଫିସ୍, ପୋଡ଼ି ଜଳି ପାଉଁଶ ହୋଇଗଲାଣି କାଗଜପତ୍ର
LIC ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ।
ବ୍ରହ୍ମପୁର: ସକାଳୁ ସକାଳୁ ଭୟଙ୍କର ନିଆଁ। ହୁତୁହୁତୁ ହୋଇ ଜଳୁଛି LIC ଅଫିସ୍। ଆଉ ପୋଡି ଜଳି ପାଉଁଶ ହୋଇ ଗଲାଣି ଅନେକ ଦରକାରୀ କାଗଜ ପତ୍ର।
ନିଆଁ ଲାଗିଛି ବ୍ରହ୍ମପୁରର ଖୋଡ଼ାସିଙ୍ଗି ଡିଭିଜନରେ ଥିବା LIC ଅଫିସରେ। LIC ଅଫିସର ତୃତୀୟ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ହେଲେ ନିଆଁ କିପରି ଲାଗିଲା ପ୍ରକୃତ କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖଛନ୍ତି। ହେଲେ କେତେ କ୍ଷୟକ୍ଷତି ହେଲାଣି ତାହାର ରିପୋର୍ଟ ମିଳିପାରିନାହିଁ।