ହଳ କରୁ କରୁ ମିଳିଲା ମଣିଷ କଙ୍କାଳ, ଆଉ ତା ପରେ …

ସବୁଠାରୁ ଅଧିକ କଙ୍କାଳ, ଏହି ଯାଗାରୁ ମିଳିଥିଲା...

ଓଡିଶା ଭାସ୍କର:ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ହଳ କରୁଥିବା ବେଳେ ବାହାରିଲା ଏକ ବଡ ତମ୍ବା ପାତ୍ରା ଆଉ ତାପରେ ମାଟି ଖୋଳିବାରୁ ଯାହା ସବୁ ମିଳିଲା ତାହା ସମସ୍ତଙ୍କ ହୋଶ ଉଡାଇଦେଲ।।

୨୦୦୫ ମସିହାରେ ଉତ୍ତରପ୍ରଦେଶର ବାଘପଟ ଜିଲ୍ଲାରେ ଥିବା ସିନୌଲି ଗାଁର ଏକ ଚାଷୀ ହଳ କରୁଥିବା ସମୟରେ, ଏକ ବଡ ତମ୍ବା ପାତ୍ର ହଳମୁନରେ ଲାଗି ଉପରକୁ ବାହାରି ଆସୋ ପରେ ଚାଷୀ ଜଣକ ମାଟି ଖୋଲିବାରୁ ଏକାଧିକ ତମ୍ବା ପାତ୍ର ବାହାରେ ଓ ଶେଷରେ ମଣିଷ କଙ୍କାଳ ଦେଖି ଚାଷୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଏା

ଏବାବଦରେ ଆଁଚଳିକ ମିଡିଆ ଠାରୁ ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ କେନ୍ଦ୍ର ଜାଣିବାକୁ ପାଏା ଏହାର ରହସ୍ୟ ଜାଣିବା ପାଇଁ ଏଏସଆଇର ସଦସ୍ୟ ସିନୌଲିରେ ଖୋଦେଇ କରନ୍ତିା

ଖୋଦେଇରୁ ମିଳିଲା କଣ?; ଖନନ କରାଯିବା ଫଳରେ କିଛି ତମ୍ବାପାତ୍ର ଓ ଏକ ରଥ ମିଳେ ଯାହାକି ୪୦୦୦ ଖ୍ରୀଷ୍ଟପୂର୍ବରୁ ତିଆରି ହୋଇଥିବା ଜଣାପଡିଛି।। ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଏଠାରୁ ଅନେକ ସମାଧି ମିଳିଥିଲ।।

୧୨୬ ସମାଧି: ୨୦୦୫ରୁ ଆରମ୍ଭ ହୋଇ ୨୦୧୮ରେ ଖୋଦେଇ ଶେଷ ହୋଇଥିଲା ଓ ଖୋଦେଇ ଶେଷକୁ ୧୨୬ଟି ସମାଧି ମିଳିଥିଲା । ଏଘଟଣା ଅନେକ ପ୍ରତତ୍ତ୍ୱବିତଙ୍କୁ ଚକିତ କରିଦେଇଥିଲ।।

୨୦୨୦ରେ ଏଏସଆଇ, ଉତରପ୍ରଦେଶରେ ଥିବା ସିନୌଲି ଅଁଚଳକୁ ଏକ ରହସ୍ୟମୟ ସ୍ଥାନ କହିବା ସହ ଭାରତର ବୃହତର ସମାଧିସ୍ଥଳ ଘୋଷଣା କରନ୍ତିା କେବଳ ଏତିକି ନୁହେଁ ବିଶ୍ୱର ସବୁଠାରୁ ପୁରୁଣା ଓ ତମ୍ବାରେ ତିଆରି ହେଲମେଟ ମଧ୍ୟ ଏହି ସ୍ଥାନରୁ ମିଳିଥିଲ।।

କାର୍ବନ ଡେଟିଙ୍ଗ କରିବା ଦ୍ୱାରା ଜଣାପଡିଲା କି ତମ୍ବାରେ ତିଆରି ହେଲମେଟଟି ୩ହଜାର ବର୍ଷରୁ ବହୁ ପୁରୁଣା ଅଟୋ