ବ୍ରହ୍ମପୁରରୁ- ସୁରଟକୁ ଗଡ଼ିବ ଅମ୍ରିତ ଭାରତ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

୧୨ଟାରେ ଏହି ରେଳ ସେବାର ଶୁଭାରମ୍ଭ

ବ୍ରହ୍ମପୁର; ବ୍ରହ୍ମପୁରରୁ ସୁରଟକୁ ଗଡ଼ିବ ନୂଆ ଏକ୍ସପ୍ରେସ। ଅମ୍ରିତ ଭାରତ ଏକ୍ସପ୍ରେସର କାଲିଠୁ ଯୋଗାଇବ ସେବା। ଆସନ୍ତାକାଲିଠାରୁ ଯାତ୍ରୀଙ୍କ ପାଇଁ ଆରମ୍ଭ ହେବ ନୂଆ ରେଳ ଯାତ୍ରା ସେବା।

ଆସନ୍ତାକାଲି ୧୨ଟାରେ ଏହି ରେଳ ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏହି ସେବା ସୁରଟ ଏବଂ ଏହାର ଆଖପାଖରେ କାମ କରୁଥିବା ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକଙ୍କ ପାଇଁ ବିଶେଷ ଲାଭଦାୟକ ହେବ।

ସେମାନେ ଘରକୁ ଫେରିବା, ପରିବାର ଦେଖା କରିବା ଏବଂ ଅନ୍ୟାନ୍ୟ ଯାତ୍ରା ପାଇଁ ସୁରକ୍ଷିତ, ଦ୍ରୁତ ଏବଂ ଅଧିକ ଆରାମଦାୟକ ଯାତ୍ରାର ସୁବିଧା ପାଇବେ।

ଏହା କେବଳ ସଂଯୋଗୀକରଣକୁ ଉନ୍ନତ କରିବ ନାହିଁ ବରଂ ନିର୍ଭରଯୋଗ୍ୟ ଯାତ୍ରା ପ୍ରଦାନ କରି ସାମାଜିକ-ଆର୍ôଥକ କଲ୍ୟାଣରେ ମଧ୍ୟ ଯୋଗଦାନ ଦେବ।