ଏହି 5ଟି ଦେଶରେ ସବୁଠାରୁ ଶସ୍ତାରେ ମିଳୁଛି କ୍ରେଜରେ ଥିବା iPhone 17 Pro
ଭାରତ ତୁଳନାରେ ମୂଲ୍ୟ ୩୭,୪୨୪ ଟଙ୍କା ପର୍ଯ୍ୟନ୍ତ କମ୍।
ନୂଆଦିଲ୍ଲୀ: ଭାରତୀୟ ବଜାରରେ ଏବେ ସବୁଠାରୁ କ୍ରେଜ୍ ରେ ଅଛି iPhone 17 ଓ iPhone 17 Pro। ଏହାକି କିଣିବା ପାଇଁ ଦୋକାନ ସାମ୍ନାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।
ଏମିତିକି କିଛି ସ୍ଥାନରେ ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ପଳଉଛି। ଆଉ ଏମିତିରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଇଚ୍ଛା ଥିଲେ ମଧ୍ୟ ବଜେଟ୍ ଅଭାବ ସେମାନଙ୍କୁ ଫୋନ୍ କିଣିବାରୁ ବାରଣ କରୁଛି।
ହେଲେ ଆପଣ ଚିନ୍ତା କରନ୍ତୁନି ଯଦି ଆପଣ iPhone 17 Pro କିଣିବାକୁ ଚାହୁଁଛନ୍ତି ତାହାଲେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। କାରଣ ଏବେ ଏହି ୫ଟି ଦେଶରେ ଅତି ଶସ୍ତାରେ ମିଳୁଛି iPhone 17 Pro।
ଯଦି ଦେଖିବା ଭାରତରେ iPhone 17 Pro ମୂଲ୍ୟ, ଏବଂ ଆପଣ ଏହି ଫୋନ୍ ତିନୋଟି ଷ୍ଟୋରେଜ୍ ବିକଳ୍ପରେ କିଣିପାରିବେ। ଯାହାକି 256GB, 512GB, ଏବଂ 1TB।
256GB ଭାରିଆଣ୍ଟର ମୂଲ୍ୟ ରହିଛି ୧,୩୪,୯୦୦ ଟଙ୍କା,ଏବଂ 512GB ଭାରିଆଣ୍ଟର ମୂଲ୍ୟ ରହିଛି ୧,୫୪,୯୦୦ ଟଙ୍କା ଏବଂ ସର୍ବୋଚ୍ଚ 1TB ଭାରିଆଣ୍ଟର ମୂଲ୍ୟ ରହିଛି ୧,୭୪,୯୦୦ ଟଙ୍କା।
ଦୁବାଇରେ iPhone 17 Pro ମୂଲ୍ୟ: iPhone 17 Pro ର 256GB ଭାରିଆଣ୍ଟର ମୂଲ୍ୟ ଦୁବାଇରେ AED୪୬୯୯ ଅର୍ଥାତ୍ ଭାରତୀୟ ଟଙ୍କା ଅନୁସାରେ ପ୍ରାୟ ୧,୧୩,୫୮୨ ଟଙ୍କା।
512GB ଭାରିଆଣ୍ଟର ମୂଲ୍ୟ AED୫୫୪୯, ଯାହାକି ଭାରତୀୟ ହିସାବରେ ପ୍ରାୟ ୧,୩୪,୧୨୮ ଟଙ୍କା। ଏବଂ 1TB ଭାରିଆଣ୍ଟର ମୂଲ୍ୟ AED୬୩୯୯ ଭାରତୀୟ ହିସାବରେ ପ୍ରାୟ ୧,୫୪,୬୭୪ ଟଙ୍କା ହେବ।
ହଂକଂରେ iPhone 17 Pro ମୂଲ୍ୟ: ହଂକଂରେ, iPhone 17 Pro ର 256GB ଭାରିଆଣ୍ଟର ମୂଲ୍ୟ HK୯୩୯୯ ଯାହାକି ଭାରତୀୟ ଟଙ୍କା ହିସାବରେ ପ୍ରାୟ ୧,୦୭,୧୮୫ ଟଙ୍କା।
512GB ଭାରିଆଣ୍ଟର ମୂଲ୍ୟ HK୧୧୦୯୯ ଯାହାକି ପ୍ରାୟ ୧,୨୬,୫୭୨ ଟଙ୍କା। ଏବଂ 1TB ଭାରିଆଣ୍ଟର ମୂଲ୍ୟ HK୧୨୭୯୯ ପ୍ରାୟ ୧,୪୫,୯୫୯ ଟଙ୍କା।
ସିଙ୍ଗାପୁରରେ iPhone 17 Pro ମୂଲ୍ୟ: ସିଙ୍ଗାପୁରରେ iPhone 17 Pro ର ମୂଲ୍ୟ SGD୧୭୪୯ ଯାହାକି ଭାରତୀୟ ହିସାବରେ ପ୍ରାୟ ୧,୧୯,୯୫୯ ଟଙ୍କାରୁ ଆରମ୍ଭ ହେଉଛି।
512GB ଭାରିଆଣ୍ଟର ମୂଲ୍ୟ SGD୨୦୪୯ ପ୍ରାୟ ୧,୪୦,୫୩୫ ଟଙ୍କା। ଏବଂ 1TB ଭାରିଆଣ୍ଟର ମୂଲ୍ୟ SGD୨୩୪୯ ପ୍ରାୟ ୧,୬୧,୧୧୧ ଟଙ୍କା।
ଆମେରିକାରେ iPhone 17 Pro ମୂଲ୍ୟ: ଆମେରିକାରେ iPhone 17 Pro ର 256GB ଭାରିଆଣ୍ଟର ମୂଲ୍ୟ ଡଲାର ୧୦୯୯ ଯାହାକି ଭାରତୀୟ ଟଙ୍କା ହିସାବରେ ପ୍ରାୟ ୯୭,୪୭୫ ଟଙ୍କା ରୁ ଆରମ୍ଭ ହେଉଛି।
512GB ଭାରିଆଣ୍ଟର ମୂଲ୍ୟ ୧୨୯୯ ଡଲାର ପ୍ରାୟ ୧,୧୫,୨୧୬ ଟଙ୍କା ଏବଂ 1TB ଭାରିଆଣ୍ଟର ମୂଲ୍ୟ ୧୪୯୯ ଡଲାର ପ୍ରାୟ ୧,୩୨,୯୫୫ ଟଙ୍କା।
ଭିଏତନାମରେ iPhone 17 Pro ମୂଲ୍ୟ: ଭିଏତନାମରେ iPhone 17 Pro ର ମୂଲ୍ୟ VND୩୪,୯୯୯,୦୦୦ ଯ।ହାକି ଭାରତୀୟ ହିସାବରେ ପ୍ରାୟ ୧,୧୭,୫୯୬ ଟଙ୍କା ରୁ ଆରମ୍ଭ ହେଉଛି।
512GB ଭାରିଆଣ୍ଟର ମୂଲ୍ୟ VND୪୧,୪୯୯,୦୦୦ ପ୍ରାୟ ୧,୩୯,୪୩୬ ଟଙ୍କା ଏବଂ 1TB ଭାରିଆଣ୍ଟର ମୂଲ୍ୟ VND୪୭,୯୯୯,୦୦୦ ପ୍ରାୟ ୧,୬୧,୨୭୬ ଟଙ୍କା ହେବ।