OTET EXAM: ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ରାଜ୍ୟର ୧୯୩ଟି କେନ୍ଦ୍ରରେ ହେବ ପରୀକ୍ଷା

ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟର ୧୯୩ଟି କେନ୍ଦ୍ରରେ ହେବ ପରୀକ୍ଷା । ପରୀକ୍ଷା ଦେବେ 75 ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ।

କଟକ: ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟର ୧୯୩ଟି କେନ୍ଦ୍ରରେ ହେବ ପରୀକ୍ଷା । ପରୀକ୍ଷା ଦେବେ 75 ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ । ସକାଳ 9ଟାରୁ ଦିନ ସାଢେ 11ଟା ଯାଏଁ ପ୍ରଥମ ସିଟିଂ । ଅପରାହ୍ଣ 2ଟାରୁ ସାଢେ4 ଟା ଯାଏଁ ଦ୍ବିତୀୟ ସିଟିଂ । ତ୍ରୁଟି ଶୂନ୍ୟ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ।

ତେବେ ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେବେ । ସାରା ରାଜ୍ୟରେ ଲଘୁଚାପ ଓ ଲଗାଣ ବର୍ଷା ଜାରି ରହିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ପାୱାର ସପ୍ଲାଇ ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଥିବା ବେଳେ ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ । ଏହି କଣ୍ଟ୍ରୋଲ ରୁମ ଜରିଆରେ ବୋର୍ଡରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିରୀକ୍ଷଣ କରି ପାରିବେ ବୋର୍ଡ ଅଧିକାରୀ ।

ପୂର୍ବରୁ ଜୁଲାଇ ୨୦ ରେଏହି ପରୀକ୍ଷା ହେବାର ଥିବାବେଳେ ପରୀକ୍ଷା ପୂର୍ବ ରାତିରେ ପ୍ରଶ୍ନପତ୍ର ଭାଇରାଲ ହେବାରୁ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।