ଟଙ୍କା ପାଇଁ ପ୍ରେମିକକୁ ହତ୍ୟା, ଶିଳପୁଆରେ ଛେଚି ଛେଚି କଲା ନେଲା ଜୀବନ, ରକ୍ତ ଜଡ଼ୁବୁଡ଼ୁ ଶବ ପାଖରେ ବସିଲା ୨୪ ଘଣ୍ଟା

ପୋଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ

ବିହାର: ବିବାହିତ ପ୍ରେମିକାର ନାରକୀୟ କାଣ୍ଡ। ପ୍ରେମିକ ମାନିଲାନି କଥା ବୋଲି ରକ୍ତ ଚାଉଳ ଚୋବାଇଲା ପ୍ରେମିକ। ଆଉ ତାପରେ ଯାହା ଘଟିଲା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ।

ବିହାରର ପାଟନାରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ବିବାହିତ ପ୍ରେମିକା ତାଙ୍କ ପ୍ରେମିକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି।ସେ ଶିଳପୁଆରେ ତାଙ୍କ ମୁଣ୍ଡକୁ ଛେଚି ଛେଚି କଲା ହତ୍ୟା।

ପରେ ସେ ପୋଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ପୋଲିସ ପହଞ୍ଚିବା ପରେ ପ୍ରେମିକା ତାଙ୍କ ପ୍ରେମିକଙ୍କ ମୃତଦେହ ପାଖରେ ବସିଥିଲା। ପୋଲିସ ଏବେ ଘଟଣାର ତଦନ୍ତ କରୁଛି। ପ୍ରେମିକାକୁ ଗିରଫ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀର କଙ୍କାରବାଗ ଥାନା ଅଞ୍ଚଳର ଚିରାଇତାଣ୍ଡ ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟିଛି।

ଗୌରୀଚକର ବାସିନ୍ଦା ପୂଜା କୁମାରୀ ମୋକାମା ବାସିନ୍ଦା ମୁରାରି କୁମାରଙ୍କ ସହିତ ପ୍ରେମ ସମ୍ପର୍କରେ ଥିବା କୁହାଯାଉଛି। ପୂଜା କୁମାରୀ ଟିପିଏସ କଲେଜ ନିକଟରେ ଏକ ଭଡା ଘରେ ରହୁଥିଲେ।

ପୂଜା ଗତ ପାଞ୍ଚ ବର୍ଷ ଧରି ମୁରାରିଙ୍କ ସହିତ ସମ୍ପର୍କରେ ଥିଲେ। ପୂଜା ଦାବି କରନ୍ତି ଯେ ମୁରାରି ତାଙ୍କୁ ପ୍ରାୟ ଚାରି ବର୍ଷ ଧରି ବିବାହ କରିବାକୁ ପ୍ରତିଶ୍ରୁତି ଦେଉଥିଲେ, କିନ୍ତୁ ତାଙ୍କ ପ୍ରତିଶ୍ରୁତି ପାଳନ କରି ନଥିଲେ।

ମୁରାରି ବେଙ୍ଗାଲୁରୁରେ ଜଣେ ଡ୍ରାଇଭର ଥିଲେ। ସେ କିଛି ଦିନ ପୂର୍ବରୁ ପାଟନା ଫେରି ପୂଜାଙ୍କ ସହିତ ଏକ ଭଡା ଘରେ ରହୁଥିଲେ।