fbpx

ରାଜ୍ୟରେ ୨୪ଘଣ୍ଟାରେ ୫୮ ହଜାର ୩୩୮ ନମୁନା ପରୀକ୍ଷା

ଭୁବନେଶ୍ୱର,୨୫/୮(ଓଡ଼ିଶା ଭାସ୍କର): ରାଜ୍ୟରେ ୨୪ଘଣ୍ଟାରେ ୫୮ ହଜାର ୩୩୮ ନମୁନା ପରୀକ୍ଷା କରାଯାଇଛି। ଆଣ୍ଟିଜେନ ୫୦,୪୪୯, ଆରଟିପିସିଆର ୭,୮୧୩, ଟ୍ରୁନେଟରେ ୭୬ପରୀକ୍ଷା ହୋଇଥିବା ସୂଚନା ମିଳିଛି।କେନ୍ଦ୍ରାପଡାରେ ସର୍ବାଧିକ ୮ହଜାର ୮୭ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୟୂରଭଞ୍ଜ ରେ ୭,୯୧୫, ଗଞ୍ଜାମରେ ୭,୬୨୪ ନମୁନା ପରୀକ୍ଷା ହୋଇଛି । ଏସସିବିରେ ୧୫୩୩, ଆରଏମଆରସିରେ ୧୪୫୮ ନମୁନା ପରୀକ୍ଷା ହୋଇଛି । ଏନେଇ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । 

Get real time updates directly on you device, subscribe now.