fbpx

ଦେଖୁ ଦେଖୁ ମାଟିରେ ମିଶିଗଲା ୫ ମହଲା କୋଠା, ୧୫ ମୃତ

ମହାରାଷ୍ଟ୍ରର ରାୟଗଡରେ ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି, ଯେଉଁଥିରେ ୫୦ରୁ ଅଧିକ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣା ରୟାଗଡାର କାଜଲପୁରା ଅଞ୍ଚଳରୁ ଆସିଛି । ତେବେ କୋଠା ଭୁଶୁଡିବା ପରେ ସ୍ଥାନିୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ସାହାର୍ଯ୍ୟରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ।

ତେବେ ଭୁଶୁଡିପଡିଥିବା କୋଠାର ନାମ ଗାର୍ଡନ ଥିଲା । କୋଠା ଭୁଶୁଡିବା ପୂର୍ବରୁ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ । କୋଠାରେ ପ୍ରାୟ ୨୦୦ରୁ ଅଧିକ ଲୋକ ଫସିରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ୫ଟି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପ୍ରୟାସ ଜାରି ରଖିଥିବା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ କହିଛନ୍ତି । ସୂଚନା ମୁତାବକ, ଏହି ବିଲ୍ଡିଂରେ ୫୦ରୁ ଅଧିକ ପରିବାର ବାସ ରହୁଥିଲେ । ଏହି ବିଲ୍ଡିଂଟି ମାତ୍ର ୧୦ ବର୍ଷ ପୂର୍ବେ ହିଁ ନିର୍ମାଣ ହୋଇଥିଲା ।

Get real time updates directly on you device, subscribe now.