fbpx

ବୁର୍ଲାର ଭିସୁଟ ସହ ଇସ୍ରୋର ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର, ୨୫ା୮(ଓଡ଼ିଶା ଭାସ୍କର): ବୁର୍ଲା ସ୍ଥିତ ଭିସୁଟ ସହ ଆଜି ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ରର ଆଜି ଏକ ଏମଓୟୁ ସ୍ୱାକ୍ଷର ହୋଇଛି । ଇସ୍ରୋ ମୁଖ୍ୟ ଡ଼. କେ ଶିବନ ଏବଂ ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ମଧ୍ୟରେ ଏକ ଭର୍ଚୁଆଲ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପ୍ରଥମ ଥର ପାଇଁ ଇସ୍ରୋ ଦେଶର ଏକ ବିଶ୍ୱବିଦ୍ୟାଳୟ ସହ ଗବେଷଣା ପାଇଁ ଚୁକ୍ତି କରିଛି । ଚୁକ୍ତି ଅନୁସାରେ ଇସ୍ରୋ ପକ୍ଷରୁ ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ଅର୍ଥିକ ସହାୟତା ଯୋଗାଇ ଦିଆଯିବ । ସେଠାରେ ଏକ କେନ୍ଦ୍ର ସ୍ଥାପନ ପାଇଁ ଇସ୍ରୋ ଆବଶ୍ୟକୀୟ ସମସ୍ତ ସୁବିଧା ଓ ବୈଷୟିକ ପରାମର୍ଶ ପ୍ରଦାନ କରିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.