fbpx

୨୯ ଡିସେମ୍ବରରେ ହେମନ୍ତଙ୍କ ଶପଥ ଗ୍ରହଣ, ସାମିଲ ହେବେ ୬ ରାଜ୍ୟର ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୭ ।୧୨: ଝାଡଖଣ୍ଡରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମ, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଗଠବନ୍ଧନକୁ ପୂର୍ଣ୍ଣ ବହୁମତ ମିଳିବା ପରେ ସରକାର ଗଠନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୯ ଡିସେମ୍ବରରେ ହେମନ୍ତ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଉତ୍ସବ ସମାରୋହରେ ୬ ମୁଖ୍ୟମନ୍ତ୍ରୀ ଓ ୫ ପୂର୍ବ ମୁଖ୍ୟମନ୍ତ୍ରୀ ସାମିଲ ହେବେ ।

ତେବେ ରାଞ୍ଚିର ମୋରହାବାଦୀ ମଇଦାନରେ ହେମନ୍ତ ସୋରେନ୍ ରବିବାରକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ । ଏଥିରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେବେ ।

ରାହୁଲ ଗାନ୍ଧୀଙ୍କ ବ୍ୟତିତ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପି ଚିଦାମ୍ବରମ୍, ଅହମ୍ମଦ ପଟେଲ, ଆରପିଏମ୍ ସିଂହ ଓ କେସୀ ବେଣୁଗୋପାଳ ସାମିଲ ହେବେ । ସେହିପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ସାମିଲ ହେବେ ।

ଉଲ୍ଲେଖଯୋଗ୍ୟ ଯେ, ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ଅବସରରେ ଜେଏମଏମର ୬, କଂଗ୍ରେସର ୫ ଓ ଆରଜେଡିର ଜଣେ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ । ସୋରେନଙ୍କ ସହିତ ମୋଟ୍ ୧୨ ଜଣ ମନ୍ତ୍ରୀ ରାଞ୍ଚିର ମୋହରାବାଦୀ ପଡିଆରେ ଶପଥ ନେବେ । ଏହା ବ୍ୟତିତ କଂଗ୍ରେସକୁ ବାଚସ୍ପତି ପଦ ମିଳିପାରେ ବୋଲି ଜଣାପଡିଛି ।

Get real time updates directly on you device, subscribe now.