fbpx

ରାଜଧାନୀରେ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨.୭୮ ଲକ୍ଷ ଟଙ୍କା ଲୁଟ୍

ଭୁବନେଶ୍ୱର, ୭ା୯(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରର ପଟିଆ ସ୍ଥିତ କଳାରାହାଙ୍ଗରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ଖେଳନା ବନ୍ଧୁକ ଦେଖାଇ ୨.୭୮ ଲକ୍ଷ ଟଙ୍କା ବ୍ୟାଙ୍କରୁ ଲୁଟି ନେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.