fbpx

ରକ୍ତଚାପରୁ ମୁକ୍ତି ଦିଏ କଖାରୁ ମଞ୍ଜି

କଖାରୁ ପରି କଖାରୁ ମଞ୍ଜିରେ ମଧ୍ୟ ଅନେକ ଗୁଣ ଲୁଚି ରହିଛି। ୨୮ ଗ୍ରାମ୍‌ କଖାରୁ ମଞ୍ଜିରେ୧୫୧ କ୍ୟାଲୋରି,୧୭ ଗ୍ରାମ୍‌ ଫାଇବର, ୭ ଗ୍ରାମ୍‌ ପ୍ରୋଟିନ୍‌, ୪ ଗ୍ରାମ୍‌ ମନୋସାଚ୍ୟୁରେଟେଡ ଫ୍ୟାଟ୍‌,୬ ଗ୍ରାମ ଓମେଗା-୬ ଫ୍ୟାଟ୍‌, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଫସ୍‌ଫରସ ରହିଛି। ଏଥିରେ ଥିବା ଫାଇଟୋଷ୍ଟେରଲ ବ୍ଲଡ୍‌ କୋଲେଷ୍ଟରଲ୍‌ କମ କରିବାରେ ସାହାଯ୍ୟ କରେ।

– ଏହା ଗଲ୍‌ ବ୍ଲାଡରରେ ଷ୍ଟୋନ ହେବାକୁ ଦିଏନାହିଁ ଓ ଯେଉଁମାନେ କଖାରୁ ମଞ୍ଜି ଖାଆନ୍ତି ସେମାନଙ୍କୁ ବ୍ରେଷ୍ଟ୍‌ କ୍ୟାନ୍‌ସର ହେବା ଆଶଙ୍କା କମ୍‌ ରହେ ବୋଲି ଏକ ଗବେଷଣାରୁ ଜଣାପଡିଛି।

– ଅନୁଧ୍ୟାନରୁ ଜଣାପଡିଛି, କଖାରୁ ମଞ୍ଜିରୁ ପ୍ରସ୍ତୁତ ହେଉଥିବା ତେଲ ଖାଇବା ଦ୍ୱାରା ପ୍ରୋଷ୍ଟେଟ ଓ ୟୁରିନାରି ସମସ୍ୟା ବି ଦୂର ହୋଇଯାଏ। ଏହା ରକ୍ତଚାପ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ। କଖାରୁ ମଞ୍ଜି ଖାଇଲେ ଋତୁସ୍ରାବ ଜନିତ ସମସ୍ୟା ଦୂର ହୋଇଯାଏ।

– କଖାରୁ ମଞ୍ଜି ବା ତେଲରେ ଥିବା ମନୋସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଓ ଓମେଗା-୬ ଫ୍ୟାଟ୍‌ ହାର୍ଟକୁ ସୁସ୍ଥ ରଖେ।

Get real time updates directly on you device, subscribe now.