fbpx

ବଜ୍ରାଘାତରେ ଜଣେ ମୃତ , ୨ ଗୁରୁତର

ପାଟଣାଗଡ ୧୦/୦୯(ଓଡ଼ିଶା ଭାସ୍କର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ଝୁଲେନବର ନିକଟଦେ ଥିବା ଚହଁରିଆ ପାହାଡ ପାର୍ଶ୍ୱରେ ଆଜି ଦ୍ୱିପ୍ରହରେ  ବର୍ଷା ସହ ବଜ୍ରପାତ ହୋଇଥିଲା ।  ସେହି ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଗୁରୁତର ଅବସ୍ଥାରେ ପାଟଣାଗଡ  ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ଦ୍ୱିପ୍ରହର ସମୟରେ ଝୁଲନବର ଗ୍ରାମର ଆନନ୍ଦ ରଣା (୨୮), ମଦନ ବରିହା (୨୭) ଓ ରତନ ବରିହା(୩୦) ଏମାନେ ମିଶି ଚହଁରିଆ ପାହଡକୁ ଛେଲି ଚରାଇବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ୍ ବର୍ଷା ହେବା ସହିତ ଘଡଘଡି ସହ ବଜ୍ରପାତ ହୋଇଥିଲା। ଘଟଣା ସ୍ଥଳରେ ଆନନ୍ଦ ରଣାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମଦନ ଓ ରତନକୁ ସ୍ଥାନୀୟ ଲୋକେ ମୁଚ୍ଚ୍ଛିତ ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନୀୟ ଲୋକ ଗାଡି ସାହାଯ୍ୟରେ ପହଞ୍ଚାଇଥିଲେ।  ଅପର ପକ୍ଷରେ ଘଟଣା ସମ୍ପର୍କରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ଯୋଗାଯୋଗ କଲା ପରେ ସେ ମୃତ ଆନନ୍ଦଙ୍କୁ ସରକାରୀ ସହାୟତା ଦେବା ସହିତ ଅତ୍ୟନ୍ତ ଗୁରୁତର ଥିବା ରତନ ଓ ମଦନଙ୍କୁ ମାଗଣାରେ ସମସ୍ତ ଚିକିତ୍ସା ସରକାର ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

 

Get real time updates directly on you device, subscribe now.