fbpx

ଲଘୁଚାପ ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା

ଭୁବନେଶ୍ୱର,୧୩ ।୯(ଓଡିଶା ଭାସ୍କର): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବାର ସମ୍ଭାବନା ମଧ୍ୟ ରହିଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାର ସମସ୍ତ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ଏନେଇ ଦକ୍ଷିଣ ଓଡିଶାର ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୫ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ ।

ତେବେ ଜୁନ୍ ୧ରୁ ଆଜିଯାଏଁ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଛି । ଖୋର୍ଦ୍ଧାରେ ସ୍ୱାଭାବିକ ଠାରୁ ୩୦% କମ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରିରେ ସ୍ୱାଭାବିକ ଠାରୁ ୪୩% ଅଧିକ ବର୍ଷା ରେକର୍ଡ କରାଯାଇଛି । ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.