fbpx

ଆଜିଠାରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୪/୯: ଆଜିଠାରୁ ଅକ୍ଟୋବର ୧ ଯାଏ ଚାଲିବ ମୌସୁମୀ ଅଧିବେଶନ। ପ୍ରଥମ ଥର ପାଇଁ କଟକଣା ଭିତରେ ଚାଲିବ ଗୃହକାର୍ଯ୍ୟ। ଏଥର ମୌସୁମୀ ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଲୋକସଭା ଓ ରାଜ୍ୟସଭା ଅଲଗା ଅଲଗା ସମୟରେ ବସିବ। ପ୍ରଶ୍ନକାଳ, ଶୂନ୍ୟକାଳ, ପ୍ରାଇଭେଟ ମେମ୍ବର ବିଲ ନାହିଁ।

ତେବେ ଆଜି ଲୋକସଭା ସକାଳ ୯ଟାରୁ ଦିନ ୧ଟା ଯାଏ ଚାଲିବ। ଅନ୍ୟଦିନରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏ ଲୋକସଭା ଚାଲିବ। ସେହିପରି ରାଜ୍ୟସଭା ଆଜି ଅପରାହ୍ନ ୩ଟାରୁ ଆରମ୍ଭ ହେବ। ଅନ୍ୟ ଦିନରେ ରାଜ୍ୟସଭା ସକାଳ ୯ଟାରୁ ଦିନ ୧ ଯାଏ ଚାଲିବ।

Get real time updates directly on you device, subscribe now.