fbpx

ପ୍ରତିଦିନ ଡାଳିମ୍ୱ ଖାଇଲେ ମିଳିଥାଏ ଏହି ସବୁ ଫାଇଦା, ଜାଣନ୍ତୁ

ଡାଳିମ୍ୱ ଖାଇଲେ ସ୍ୱାସ୍ଥ୍ୟ ପାଇଁ ବହୁତୁ ଲାଭଦାୟକ ହୋଇଥାଏ। ଡାଳିମ୍ୱରେ ଭିଟାମିନ ଭରପୂର ମାତ୍ରାରେ ରହିଛି। ତେଣୁ ପ୍ରତିଦିନ ସକାଳୁ ଡାଳିମ୍ୱ ଖାଇଲେ  ଅନେକ ରୋଗରୁ ରକ୍ଷା ମିଳିପାରିବ। ଆସନ୍ତୁ ଜାଣିବା ଡାଳିମ୍ୱରେ ଥିବା ଔଷଧୀୟ ଗୁଣ ଓ ଏହା ଖାଇଲେ କେଉଁ ସବୁ ଫାଇଦା ମିଳିଥାଏ।

ପ୍ରତିଦିନ ଡାଳିମ୍ୱ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।

ଡାଳିମ୍ୱରେ  ଭରପୂର ମାତ୍ରାରେ ଫାଇବର ଥିବାରୁ  ହଜମ କ୍ରିୟାକୁ ଠିକ୍‌ ରଖିଥାଏ ଓ ଏଥିରେ ଏପରି ଏନ୍‌ଜାଇମ୍ ରହିଛି ଯାହା ଲିଭରକୁ ଠିକ୍ ରଖିବାରେ ସାହାଯ୍ୟ କରେ।

ଶରୀରରେ ରକ୍ତର ପରିମାଣ କମିଯାଇଥିଲେ ପ୍ରତିଦିନ ସକାଳେ ଡାଳିମ୍ବ ଖାଆନ୍ତୁ। ଏହା ରକ୍ତାଭାବକୁ ଦୂର କରେ।

ଉଚ୍ଚ ରକ୍ତଚାପ ଥିଲେ  ଗୋଟିଏ ଗ୍ଲାସ୍‌ ଡାଳିମ୍ବ ରସରେ କଳା ଲୁଣ ମିଶାଇ ପିଇବା ଦ୍ୱାରା ରକ୍ତଚାପ ସାମାନ୍ୟ ହୋଇଥାଏ।

 

Get real time updates directly on you device, subscribe now.