fbpx

କୋଭିଡକୁ ନେଇ କ’ଣ କହିଲେ ବିଏମସି କମିଶନର?

ଭୁବନେଶ୍ୱର,୨୫ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମରୀ ହୁ ହୁ ହୋଇ ବଢି ଚାଲିଛି । ରାଜଧାନୀ ଭୁବନେଶ୍ୱରର ବାସିନ୍ଦା ଏବେ ସବୁଠାରୁ ଅଧିକ ସଂକ୍ରମିତ ହେଉଛନ୍ତି । କୋଭିଡକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଜା ଅପଡେଟ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ଯେ, ‘ ଭୁବନେଶ୍ୱରରେ ଏବେ ୩୬୮୩ ଆକ୍ଟିଭ୍ କେସ୍ ରହିଛି । ଭୁବନେଶ୍ୱରରେ ୭୫% ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି । ୬୮ଟି ଟିମ୍ ହୋମ ଆଇସୋଲେସନର ମନିଟରିଂ କରୁଛନ୍ତି । ନିୟମ ମାନିବାକୁ ଲୋକ ପ୍ରସ୍ତୁତ ନୁହନ୍ତି । ବିଏମସିର ଫ୍ରଣ୍ଟଲାଇନ କର୍ମଚାରୀଙ୍କ ନିୟମିତ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି । ରାଜଧାନୀରେ ଆଉ ଏକ ନୂଆ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ନୂଆ କୋଭିଡ ହସ୍ପିଟାଲରେ ୪୦ଟି ଆଇସିୟୁ ରହିଛି ।’ତେବେ ଭୁବନେଶ୍ୱର ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି ବିଏମସି କମିଶନର କହିଛନ୍ତି ।

Get real time updates directly on you device, subscribe now.