fbpx
BSKY
BJD MC SKY
BJD MS SKY

ମାଲକାନଗିରି ଅଭିଭାବକ ସଙ୍ଘ ତରଫରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ମାଲକାନଗିରି ୨୮ ।୯(ଓଡିଶା ଭାସ୍କର): ମାଲକାନଗିରି ଅଭିଭାବକ ସଙ୍ଘ ତରଫରୁ କରୋନା ମହାମାରୀ ସମୟରେ କାମଧନ୍ଦା ଅଭାବ,କାର୍ଯ୍ୟରୁ ଛଟେଇ ଭଳି ଅସୁବିଧା ମାନ ରହିଥିବାବେଳେ ଶିକ୍ଷାନୁଷ୍ଠାନ ଗୁଡିକ ଦ୍ୱାରା ଅଭିଭାବକ ମାନଙ୍କୁ ଶୋଷଣ କରାଯାଉଥିବା ରୁ ତାହାର ପ୍ରତିବାଦରେ ବିଭିନ୍ନ ଦାବୀ ନେଇ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ସେହି ଦାବିଗୁଡିକ ହେଲା ଯଥା ଖାଲିଥିବା ଶିକ୍ଷକ ପଦବୀ ପୂରଣ କରାଯାଉ,PTA, MTA ଓ SMC ବୈଠକ ଉପସ୍ଥାନ ରେ କରାଯାଉ, BRC ଓ CRC ବ୍ୟବସ୍ଥା ଉଚ୍ଛେଦ କରାଯାଉ, ଶିକ୍ଷକ ମାନଙ୍କୁ ଜନଗଣନା ଦୌବି ଦୁର୍ବିପାକ ଓ ନିର୍ବାଚନ ବ୍ୟତୀତ ଅନ୍ୟକାମ ଦିଆନଯାଉ, କରୋନା ଲାକଡାଉନ ସମୟର ସ୍କୁଲ ଫି ଛାଡ଼ କରାଯାଉ, କେନ୍ଦ୍ର ବଜେଟରେ ୧୦% ରାଜ୍ୟ ବଜେଟରେ ୩୦% ଶିକ୍ଷାପାଇଁ ବ୍ୟବସ୍ଥା କରାଯାଉ , Development ଫି ନାମରେ ଅର୍ଥ ଆଦାୟ ବନ୍ଦ କରାଯାଉ, ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା Online ଓ Offline class ର ତଦାରଖ କରାଯାଉ ।ଗରିବ ଶିକ୍ଷାର୍ଥୀ ମାନଙ୍କୁ ମାଗଣାରେ ମୋବାଇଲ ଯୋଗାଇ ଦିଆଯାଉ । NOC ଏବଂ Registration ନଥିବା ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଉ ।

ଏଭଳି ୧୦ଗୋଟି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଙ୍ଘ ସଭାପତି ଦୁର୍ଗା ତ୍ରିପାଠୀ ନେତୃତ୍ୱରେ ସମ୍ପାଦକ ଶ୍ରୀନିବାସ ପତ୍ର, କୋଷାଧ୍ୟକ୍ଷ ଛବି ଦାସ ଏବଂ ଉପଦେଷ୍ଟା ଶ୍ରୀ ଦୁର୍ଯୋଧନ ପାତ୍ର ଏବଂ ସଙ୍ଘର ଅନ୍ୟଅଧିକାରୀ ଶାନ୍ତିପୂର୍ଣ୍ଣ ଧାରଣା ରେ ଅଂଶଗ୍ରହଣ କରି ଥିଲେ ।

Get real time updates directly on you device, subscribe now.