fbpx

ବର୍ଷାରେ ଧୋଇଗଲା ରାସ୍ତା, ଯୋଗାଯୋଗ ବାଧାପ୍ରାପ୍ତ

ଗଞ୍ଜାମ,୧୩ ।୧୦(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଧୋଇଯାଇଛି ରାସ୍ତା । ପାହାଡ଼ରୁ ପାଣି ଆସି ଧୋଇଯାଇଛି ବୁରାତାଲ ଓ ପୁରିଆ ସାହି ରାସ୍ତା । ଫଳରେ ପାତ୍ରପୁର ବ୍ଲକର ଗଙ୍ଗାପୁର ଓ ଗଣ୍ଡିଆସାହିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ତେବେ ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଖସିବା ସହ ଜୋରରେ ପାଣି ମାଡ଼ି ଆସିବାରୁ ତୁମ୍ବା ପଞ୍ଚାୟତର ଗଙ୍ଗାପୁର ଓ ଗଣ୍ଡିଆ ସାହି ଏବେ ପାଣି ଘେରରେ ରହିଛି । ପାହାଡ଼ରୁ ପଥର ଖସିବାରୁ ଲୋକ ଭୟଭୀତ ହୋଇପଡ଼ିଛନ୍ତି ।

Get real time updates directly on you device, subscribe now.