fbpx

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର,୨୧ ।୧୦(ଓଡିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଭୁବନେଶ୍ୱର ଆର୍ର-ଆଣ୍ଡ-ବି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ହୋଇଛି ଏହି ଚଢ଼ାଉ । ଏକ କାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଚାଲିଛି ଏହି ରେଡ୍ । ଅଫିସ ସମେତ ଭୁବନେଶ୍ୱରର ଗଙ୍ଗନଗରରେ ଥିବା ଘର, ଗଞ୍ଜାମର ବଡ଼ଗଡ଼, ସୋରଡ଼ା ଓ ଗାନ୍ଧିନଗରରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.