fbpx

ରାଜ୍ୟରେ ବନ୍ଦ ହେବନି ପ୍ଳାଜ଼ମା ଥେରାପି

ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର): ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ବନ୍ଦ ହେବନି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଚିକିତ୍ସା ଫଳପ୍ରଦ ହଉନଥିବା ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଛୁ । ସେ କହିଛନ୍ତି, ଯେ ପର୍ୟ୍ୟନ୍ତ ଆଇସିଏମଆର ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାଇ ନାହାନ୍ତି , ସେ ପର୍ୟ୍ୟନ୍ତ ପ୍ଳାଜ଼ମା ଥେରାପି ଚିକିତ୍ସା ଜାରି ରହିବ ।

କରୋନା ଚିକିତ୍ସା ପାଇଁ ବ୍ୟବହୃତ ହଉଥିବା ପ୍ଳାଜ଼ମା ଥେରାପିକୁ ଜାତୀୟ ନିୟମାବଳୀରୁ ବାଦ ଦିଆଯାଇପାରେ ବୋଲି କହିଥିଲେ ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବ । ସେ କହିଥିଲେ ଯେ ପ୍ଲାଜମା ଥେରାପିର ସବୁଠାରୁ ବଡ ଟ୍ରାଏଲ ଭାରତରେ ହୋଇଛି । ଭାରତର ୩୯ଟି ହସ୍ପିଟାଲରେ ୪୬୪ଜଣ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପିର ଟ୍ରାଏଲ ହୋଇସାରିଛି ।

Get real time updates directly on you device, subscribe now.