fbpx

ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ଆସିଲା ଡିଏନଏ ରିପୋର୍ଟ, ସୀମାଞ୍ଚଳ ମୃତ

ଭୁବନେଶ୍ୱର,୨୯ ।୧୦(ଓଡିଶା ଭାସ୍କର): ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଏଲପିଜି ଟାଙ୍କି ବିସ୍ଫୋରଣ ମାମଲାରେ ଘଟଣାସ୍ଥଳରୁ ମିଳିଥିବା ମାଂସଖଣ୍ଡର ଆଜି ଆସିଛି ଡିଏନଏ ରିପୋର୍ଟ । ଫରେନ୍ସିକ ପରୀକ୍ଷାଗାରରୁ ଆସିଥିବା ଡିଏନଏ ରିପୋର୍ଟରେ ସ୍ପଷ୍ଟ ହୋଇଛି ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ହୋଇଛି । ସୀମାଞ୍ଚଳଙ୍କୁ ମିଶାଇ ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୀମାଞ୍ଚଳଙ୍କ ମୃତ୍ୟୁ ନେଇ ଆଜି ସ୍ପଷ୍ଟ କରିଛନ୍ତି ପୋଲିସ କମିସନର ସୁଧାଂଶୁ ଷଢଙ୍ଗୀ ।

ପରିବାରକୁ କ୍ଷତିପୂରଣ ଦେବା ପାଇଁ ଆଇଓସିଏଲକୁ ଜଣାଇଛି ପୋଲିସ । ବିସ୍ଫୋରଣର ତଦନ୍ତ ଚାଲିଛି, ଖୁବ୍ ଶୀଘ୍ର ରିପୋର୍ଟ ଆସିବ ବୋଲି କମିସନର କହିଛନ୍ତି । କୌଣସି ସ୍ଥାନୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଡିଏନଏ ରିପୋର୍ଟରେ ନାହିଁ ।

Get real time updates directly on you device, subscribe now.