fbpx

ଚୀନରେ ଘାଇଲା କରୁଛି ବ୍ରୁସେଲୋସିସ୍ ଭାଇରସ୍ , ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ନିରାକରଣ

ବିଶ୍ୱରେ କରୋନା ଭାଇରସର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ ଚୀନରେ ଆଉ ଏକ ଭାଇରସ୍ ଘାଇଲା କରିବାରେ ଲାଗିଛି । ଏହି ନୂଆ ଭାଇରସ୍ ପାଖାପାଖି ୬ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ତାର ନାଁ ହେଉଛି ‘ବ୍ରୁସେଲୋସିସ୍ ଭାଇରସ୍’ । ଭୟରେ ଆସି ଚୀନ୍ ୫୫ ହଜାରରୁ ଅଧିକ ଲୋକଙ୍କର ଟେଷ୍ଟ କରାଇ ସାରିଲାଣି । ତେବେ ଏହି ଭାଇରସ୍ ମାତ୍ର ୨ ମାସ ଭିତରେ ୨ ଗୁଣା ବଢିଥିବା ଜଣାପଡିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ , ସଂକ୍ରମିତ ପଶୁଙ୍କ ସମ୍ପର୍କରେ ଆସିବା ଦ୍ୱାରା , କ୍ଷୀରଜାତୀୟ ଦ୍ରବ୍ୟ କିମ୍ବା ବାୟୁ ଜରିଆରେ ମଧ୍ୟ ଏହି ଭୁତାଣୁ ସଂକ୍ରମିତ ହୋଇଥାଏ । ଏକ ବାୟୋଫାର୍ମାସ୍କ୍ୟୁଟିକଲ୍ କମ୍ପାନୀରୁ ନିର୍ଗତ ଦୂଷିତ ବାୟୁରୁ ଏହି ଭାଇରସ୍ ଚୀନରେ ବ୍ୟାପୁଥିବା ସୂଚନା ମିଳୁଛି ।

ଏହି ଭାଇରସ୍ ହେଲେ ଜ୍ୱର ଏବଂ ମୁଣ୍ଡବ୍ୟଥା, ମାଂସପେଶୀରେ ଯନ୍ତ୍ରଣା, ଥକ୍କାପଣ ତଥା ଦୁର୍ବଳ ଅନୁଭବ କରିବା, ଗଣ୍ଠିରେ ବ୍ୟଥା ଲକ୍ଷଣ ଦେଖାଯିବ ।

ଏହି ଭାଇରସଠାରୁ ବଞ୍ଚିବା ପାଇଁ ସାବଧାନତା ଏବଂ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିବା ମାତ୍ରେ ସାନିଟାଇଜ୍ କରିବା ଆବଶ୍ୟକ । ସଂକ୍ରମିତ ପଶୁଙ୍କ ଦୁଗ୍ଧ ସେବନକୁ ବାରଣ କରିବା ଆବଶ୍ୟକ । କଞ୍ଚା କ୍ଷୀରର ସେବନ ନକରି କ୍ଷୀର ଫୁଟାଇ ପିଇବାକୁ ଚେଷ୍ଟା କରନ୍ତୁ । ଘରେ ଗୃହପାଳିତ ପଶୁ ଥିଲେ କିମ୍ବା ନୂଆ କରି ପଶୁ ଆଣିଲେ ପ୍ରଥମେ ବ୍ରୁସେଲୋସିସ୍ ଟେଷ୍ଟ୍ କରାଇନିଅନ୍ତୁ । ଏହି ଭୁତାଣୁ ଠାରୁ ଦୂରେଇ ରଖିବାକୁ ଚାହୁଁଥିଲେ ପଶୁଙ୍କଠାରୁ ଶାରୀରିକ ଦୂରତା ରଖନ୍ତୁ ।

Get real time updates directly on you device, subscribe now.