fbpx

ବହୁ ଚର୍ଚ୍ଚିତପାଟଣାଗଡ ଗଣହତ୍ଯା ଘଟଣା, ଘର ଭିତରେ ଗାତ ଖୋଳା କୁ ନେଇ ସନ୍ଦେହ

ପାଟଣାଗଡ ୧୪/୧୧ : ବହୁ ଚର୍ଚ୍ଚିତ ପାଟଣାଗଡ ସହଁରାପଡାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ଯା ଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିବା ବେଳେ ମୃତକ ବୁଲୁ ଜାନୀର ପୁଅ ମାନଙ୍କର ଅଭିଯୋଗ କ୍ରମେ ଝିଅର ନାମ ଦେବାକୁ ନେଇ ଭୋଲା ଓ ଶିବା ଜାନୀଙ୍କ ପରିବାର ସହିତ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ଯୋଗୁଁ ହତ୍ଯା କରାଯାଇଥିବା ସନ୍ଦେହ କରି ପୁଲିସ ଭୋଲା ଓ ଶିବାକୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରୁଛି। ଗତ କଲି ସକାଳୁ ବ୍ରହ୍ମପୁରାର କୁସମତଳ ରେ ରହୁଥିବା ବବଲୁ ଜାନୀ ଓ ସୁରେଶ ମାଝିଙ୍କୁ ପୁଲିସ ଉଠାଇ ନେଇଥିବା ସୁରେଶ ମାଝିଙ୍କ ପତ୍ନୀ ରଖମାନୀ ମାଝି ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇଥିଲେ। ଗତକାଲି ଘରର ସମସ୍ତ ସଦସ୍ଯ ପୁଲିସ ଅନୁମିତକ୍ରମେ ସଅଁରପଡା ଘରକୁ ଯାଇଥିଲେ। ସେ ଘରକୁ ଦେଖିବା କ୍ଷଣି ମୃତ ବୁଲୁ ଜାନୀଙ୍କ ୫ ପୁଅ ଓ ତାଙ୍କ ପରିବାର କାନ୍ଦିବାକୁ ଲାଗିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ଏହି ଘରରେ ଆଉ ରହିବୁ ନାହିଁ, ଘର ଭିତରେ ରକ୍ତ ଛିଟା ପଡିଥିବା ଦେଖି ଘର ରେ ରହିବାକୁ ଭୟ ଲାଗୁଛି ବୋଲି ପ୍ରତିକ୍ରିୟା ଦେବାସହ ଆମେ ସମସ୍ତେ ଝାରଖଣ୍ଡ ପଳାଇବୁ ବୋଲି କହିଥିଲେ। ଏମିତିକି ଘରେ ଦେଢରୁ ଦୁଇ ଫୁଟର ଗାତ ଖୋଳା ଯାଇଛି ବୋଲି ପରିବାର ଲୋକ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ। 

 

ଏହି ଗାତ କାହିଁକି ଖୋଳା ହୋଇଛି ? କିଏ ଏହି ଗାତ ଖୋଳିଲା? କେଉଁଥି ପାଇଁ ଖୋଳା ଗଲା? ଏହି ଗାତ ଖୋଳିବାର ରହସ୍ଯ କଣ? ସେ ଗାତ ଭିତରେ କଣ ଥିଲା ? ତାହା ଏବେ ଏକ ବଡ ରହସ୍ଯ ହୋଇ ରହିଛି ।

Get real time updates directly on you device, subscribe now.