ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ଆସନ୍ତା ୨୦ରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ବିଧାନସଭାରେ ହୋଇଥିବା ପ୍ରଥମ ଦିନର କରୋନା ଟେଷ୍ଟ ରିପୋର୍ଟ ଆସିଛି । ସେଥିରେ ୨୮ ବିଧାୟକଙ୍କ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି । କର୍ମଚାରୀଙ୍କ ସହ ଅନ୍ୟ ୬୦୦ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ରିପୋର୍ଟ ପଜିଟିଭ୍ ଥିବା ସୂଚନା ମିଳିଛି ।
ତେବେ ପ୍ରଥମ ଦିନରେ ମୋଟ ୬୭୩ ଜଣଙ୍କର କୋଭିଡ ଟେଷ୍ଟ ହୋଇଥିଲା । ଆସନ୍ତାକାଲି ବିଧାନସଭାର ୩ ଦିନିଆ କୋଭିଡ ଟେଷ୍ଟ ସରିବ ।