fbpx

ବୋହୂ ମାଛ ତରକାରୀ ରୋଷେଇ କରିପାରିଲା ନାହିଁ ବୋଲି ଶାଶୁ ଘର ଲୋକ ବୋହୂକୁ ମାରିଦେଲେ, ଜାଣନ୍ତୁ ପୁରା ଘଟଣା

ବିହାରର ସୁପୌଲରେ ବୋହୂକୁ ଶାଶୂଘର ଲୋକେ କେବଳ ଏହି କଥା ପାଇଁ ମାରିଦେଲେ, କାରଣ ସେ ମାଛ ତିଆରି କରିପାରି ନଥିଲେ | ହତ୍ୟା କରିବାପରେ ମହିଳାଙ୍କୁ ଏକ ବସ୍ତାରେ ପୁରାଇ ସିଲ କରି ଦେଇଥିଲେ, ଯାହାପରେ ଗାଁ ପାଖରେ ଥିବା କେନାଲ ପାଖରେ ଫିଙ୍ଗି ଦେଇଥିଲେ |

ବାପଘର ଲୋକଙ୍କୁ ଯେତେବେଳେ ମହିଳାଙ୍କ କୌଣସି ସୂଚନା ମିଳି ନଥିଲା, ସେତେବେଳେ ସେମାନେ ପୋଲିସ ପାଖରେ ଅଭିଯୋଗ କରିଥିଲେ | ପୋଲିସ ଲୋକମାନଙ୍କ ସୂଚନା ନେଇ ମହିଳାଙ୍କ ଶବକୁ ଉଦ୍ଧାର କରିଥିଲା | ମହିଳାଙ୍କ ପରିଚୟ ପାଇବାପରେ ପୋଲିସ ଆରୋପି ସ୍ୱାମୀ ସହିତ ଶାଶୂଘରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି |

Get real time updates directly on you device, subscribe now.