fbpx

ବିକ୍ରି ହେବ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ: ଓଏଲଏକ୍ସରେ ବିବାଦୀୟ ବିଜ୍ଞାପନ

ନୂଆଦିଲ୍ଲୀ, ୧୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀର ସଂସଦୀୟ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଏକ ବିଜ୍ଞାପନ ଦିଆଯାଇଛି । ଓଏଲଏକ୍ସ ସାଇଟରେ ଦିଆଯାଇଥିବା ଏହି ବିଜ୍ଞାପନ ଅନୁଯାୟୀ ବିକ୍ରି ମୂଲ୍ୟ ୭.୫ କୋଟି ରଖାଯାଇଛି ।

ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇଥିଲା । ୪ ଶୋଇବା ଘର ସହ ଗାଧୁଆ ଘର ସଂଲଗ୍ନ, ୬୫୦୦ ବର୍ଗଫୁଟ ଅଞ୍ଚଳ ସହ ୨ଟି ବାରଣ୍ଡା, ୨ଟି କାର ପାଇଁ ପାର୍କିଂ ସ୍ଥାନ ଆଦି ଉପଳବ୍ଧ ଥିବା ସୂଚନା ଦିଆଯାଇଥିଲା ।

ଏହି ମାମଲା ସାମ୍ନାକୁ ଆସିବେ ପରେ ତଦନ୍ତ ଆରମ୍ଭ ହୋଇଛି । ତେବେ ଜଣେ ବ୍ୟବସାୟୀ ଏହି ବିଜ୍ଞାପନ ଦେଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାଟି ଜଣାପଡ଼ିବା ପରେ ଉକ୍ତ ବିଜ୍ଞାପନକୁ ଓଏଲଏକ୍ସ ସାଇଟରୁ ହଟାଇ ଦିଆଯାଇଛି ଓ ତଦନ୍ତ ଚାଲିଛି ବୋଲି ବାରାଣାସୀ ଏସଏସପି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.