ଗୁରୁ ଶିଷ୍ୟ ଙ୍କ ପବିତ୍ର ସମ୍ପର୍କ କଳଙ୍କିତ ହୋଇଛି। ଉତ୍ତର ପ୍ରଦେଶର ରାମପୁର ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି ।ଜଣେ ଶିକ୍ଷୟିତ୍ରୀ ନିଜେ ପଢାଉଥିବା ସ୍କୁଲର ଜଣେ ଛାତ୍ରଙ୍କ ସହିତ ପ୍ରେମ ସମ୍ପର୍କ ପରେ ଧୋକାକୁ ନେଇ ଆଇନର ଆଶ୍ରୟ ନେଇଛନ୍ତି । ଅଭିଯୁକ୍ତ ପ୍ରେମିକଜଣକ ପୀଡିତା ଶିକ୍ଷୟିତ୍ରୀଙ୍କ ସହିତ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ ।
ସ୍କୁଲରେ ପଢାଉଥିବା ଜଣେ ଶିକ୍ଷୟିତ୍ରୀଙ୍କର ଛାତ୍ରଙ୍କ ସହିତ ହିଁ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବିବାହ ପାଇଁ ମନସ୍ତ କରିବା ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢିଉଠିଥିଲା ମାତ୍ର ଏବେ ଛାତ୍ର ତାଙ୍କୁ ଛାଡି ବିଦେଶ ଯିବାକୁ ବାହାରିବାରୁ ଶିକ୍ଷୟିତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ।