fbpx

ବ୍ରିଟେନ୍ ଫେରନ୍ତା ୨ କରୋନା ପଜିଟିଭ୍ ଦିଲ୍ଲୀ ଏୟାରପୋର୍ଟରୁ ଗାଏବ୍

ନୂଆଦିଲ୍ଲୀ,୨୪ ।୧୨: ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱର ହଇଚଇ ସୃଷ୍ଟି ହୋଇଛି । ଏନେଇ ଅନେକ ଦେଶ ବ୍ରିଟେନକୁ ଯିବା-ଆସିବା କରୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭାରତରେ ବି ବ୍ରିଟେନରୁ ଆସୁଥିବା ଲୋକଙ୍କ ପାଇଁ ଏସଓପି ଜାରି ହୋଇଛି । କିନ୍ତୁ କଟକଣା ମଧ୍ୟରେ ଦିଲ୍ଲୀ ଏୟାରପୋର୍ଟରୁ ଗାଏବ୍ ହୋଇଥିଲେ ବ୍ରିଟେନ୍ ଫେରନ୍ତା ୨ କରୋନା ପଜିଟିଭ୍ ।

ଖବର ମୁତାବକ, ଗତ ମଙ୍ଗଳବାର ଦିନ ବ୍ରିଟେନରୁ ଆସିଥିବା ୫ କରୋନା ସଂକ୍ରମିତ ଦିଲ୍ଲୀ ଏୟାରପୋର୍ଟରୁ ଗାଏବ୍ ହୋଇଥିଲେ । ସେମାନଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରୁ ନଥିଲା । ପରେ ସେମାନଙ୍କ ମଧ୍ୟରୁ ୩ ଜଣ ଲୋକ ଦିଲ୍ଲୀରୁ ମିଳିଥିଲେ । କିନ୍ତୁ ଆଉ ୨ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣେ ଜଳନ୍ଧର ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶ ପହଞ୍ଚିଥିଲେ । ବୁଧବାର ଦିନ ସେମାନଙ୍କୁ ଦିଲ୍ଲୀ ଅଣାଯାଇଛି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.