fbpx

ଅକ୍ସଫୋର୍ଡ ଟିକାକୁ ବ୍ରିଟେନର ମଞ୍ଜୁରି

ନୂଆଦିଲ୍ଲୀ,୩୦ ।୧୨: ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କରୋନା ଟିକାକୁ ମିଳିଛି ଅନୁମତି । ଇଂଲଣ୍ଡରେ ବ୍ୟବହାର ପାଇଁ ଅନୁମତି ଦେଇଛି ଏମଏଚଆରଏ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଇଂଲଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହ୍ୟାନକକ୍ ।

ତେବେ ୟୁକେ ରେଗୁଲେଟର ଅନୁମତିକୁ ଭାରତ ଅପେକ୍ଷା କରି ରହିଥିଲା । ଭାରତରେ ଖୁବଶୀଘ୍ର ଏହି ଟିକାକୁ ମଞ୍ଜୁରି ମିଳିପାରେ ବୋଲି ଆଶଙ୍କା କରାଯାଉଛି । ଭାରତରେ ଅକ୍ସଫୋର୍ଡ ସହ ମିଶି ଟିକା ପ୍ରସ୍ତୁତ କରୁଛି ସେରମ୍ । ଏହା ପୂର୍ବରୁ ଫାଇଜର ଟିକାକୁ ଅନୁମତି ଦେଇଥିଲା ବ୍ରିଟେନ୍ ।

Get real time updates directly on you device, subscribe now.