fbpx

ଆପଣ ନିୟମିତ ଟାଇଟ୍ କପଡ଼ା ପିନ୍ଧୁଛନ୍ତି କି, ଜାଣିନିଅନ୍ତୁ ଏହାଦ୍ୱାରା ଶରୀରର କଣ ସବୁ ହୋଇଥାଏ କ୍ଷତି

ଆଜିକାଲି ଟାଇଟ୍ ଡ୍ରେସ ପିନ୍ଧିବା ଏକ ଟ୍ରେଣ୍ଡ ହୋଇଗଲାଣି । ପୁଅ ଓ ଝିଅ ସମସ୍ତେ ପ୍ରାୟ ଷ୍ଟାଇଲିସ୍ ଓ ଟାଇଟ୍ ଫିଟିଂ ପୋଷାକ ପିନ୍ଧିବାକୁ ବେଶି ପସନ୍ଦ କରୁଛନ୍ତି । ଟାଇଟ୍ କପଡ଼ା ପିନ୍ଧିବା ଦ୍ୱାରା ବଡିକୁ ଏହା ମ୍ୟାଚିଂ କରିବା ସହ ଆକର୍ଷଣୀୟ ଲାଗିଥାଏ । କିନ୍ତୁ ଆପଣ କଣ ଜାଣନ୍ତି କି ଏହି ଷ୍ଟାଇଲିସ୍ ଚକ୍କରରେ ଆପଣଙ୍କର ଶରୀରର କଣ କ୍ଷତି ଘଟୁଛି । ଆସନ୍ତୁ ଜାଣିବା ଟାଇଟ୍ ଡ୍ରେସ୍ ପିନ୍ଧିବା ଦ୍ୱାରା ଆପଣଙ୍କର କଣ ସବୁ କ୍ଷତି ହୋଇଥାଏ ।

– ପୁରୁଷମାନେ ଟାଇଟ ପ୍ୟାଣ୍ଟ ପିନ୍ଧିବା ଅଭ୍ୟାସଠାରୁ ଦୂରେଇ ରହିବା ଉଚିତ । ଅଧ୍ୟୟନରୁ ଜଣାପଡ଼ିଛି ଯେ, ପୁରୁଷମାନେ ଟାଇଟ୍ ପ୍ୟାଣ୍ଟ ପିନ୍ଧିବାର ପ୍ରଭାବ ସେମାନଙ୍କର ଯୌନ ଶକ୍ତି ଉପରେ ପଡ଼ିଥାଏ । ଏହା ଫଳରେ ପୁରୁଷଙ୍କର ଶୁକ୍ରାଶୁ ସଂଖ୍ୟା ହ୍ରାସ ପାଇଥାଏ । ଯାହାଦ୍ୱାରା ପ୍ରଜନନ କ୍ଷମତା କମିଯାଇଥାଏ ।

– ଟାଇଟ ଡ୍ରେସ ପିନ୍ଧିବା ଦ୍ୱାରା ଆମ ଶରୀରରେ ଶ୍ୱାସକ୍ରିୟାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ଏହାଦ୍ୱାରା ଶରୀରକୁ ଏକ ବାହ୍ୟ ବସ୍ତୁ ଚାପ ପ୍ରୟୋଗ କରିବା ଭଳି ଅନୁଭବ ହୋଇଥାଏ । ଏହା ଦ୍ୱାରା ଶରୀରରୁ ଅଧିକ ଝାଳ ନିର୍ଗତ ହୋଇଥାଏ ।

– ଟାଇଟ ଡ୍ରେସ ଆମ ପେଟ ଉପରେ ଗଭୀର ଚାପ ପକାଇଥାଏ, ଯାହାକି ପରବର୍ତ୍ତୀ ସମୟରେ ପେଟରେ ଯନ୍ତ୍ରଣା ସୃଷ୍ଟି କରାଯାଇଥାଏ । ତେଣୁ ପୋଷାକ ପିନ୍ଧିବା ସମୟରେ ବେଲ୍ଟକୁ ହାଲୁକା ଭାବରେ ପିନ୍ଧିବା ଉଚିତ ।

– ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଆମ ଜଙ୍ଘର ସ୍ନାୟୁଗୁଡ଼ିକୁ ଏହା ସଙ୍କୁଚିତ କରିଦେଇଥାଏ । ଫଳରେ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଟାଇଟ ପୋଷାକ ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇନଥାଏ । ଯାହାଫଳରେ ଏହା ହୃଦରୋଗ, ମୁଣ୍ଡବିନ୍ଧା, କିଡନୀ ରୋଗ, ଦୃଷ୍ଟି ଶକ୍ତି ହ୍ରାସ ଆଦି ରୋଗକୁ ଡାକି ଆଣିଥାଏ ।

– ଟାଇଟ ପୋଷାକ ଆମର ମେରୁଦଣ୍ଡ ଓ ପିଠି ଉପରେ ଚାପ ପ୍ରୟୋଗ କରିଥାଏ । ଏହା ମାଂସପେଶୀକୁ ସଙ୍କୁଚିତ କରିବା ସହ ଶରୀରର ବିଭିନ୍ନ ଅଂଶର ହାଡ଼ ଉପରେ ଚାପ ପ୍ରୟୋଗ କରିଥାଏ । ତେଣୁ ଏହି ଅଭ୍ୟାସ ଠାରୁ ଦୂରେଇ ରହିବା ଭଲ ।

– ସାଂପ୍ରତିକ ଟ୍ରେଣ୍ଡକୁ ଅନୁକରଣ କରିବା ଭଲ, କିନ୍ତୁ ଏହା ଦ୍ୱାରା ଆମର କଣ କ୍ଷତି ହେଉଛି ତାହାକୁ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ । ଦୀର୍ଘଦିନ ଧରି ଏହି ଅଭ୍ୟାସ ଦ୍ୱାରା ଆପଣଙ୍କର ଗୋଡ଼ର ସ୍ନାୟୁ ଓ ମାଂଶପେଶୀ ନଷ୍ଟ ହେବାର ଆଶଙ୍କା ରହିଛି ।

Get real time updates directly on you device, subscribe now.