fbpx

ମେ’ ମାସରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୨୨ ।୧: ଚଳିତ ବର୍ଷ ମେ’ ମାସରେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ସିଡବ୍ଲୁସି ବୈଠକରେ ଏନେଇ ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ । ଚଳିତବର୍ଷ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ପାର୍ଟି ସଙ୍ଗଠନର ନିର୍ବାଚନ କରିବ, ଯେଉଁଥିରେ ଅଧ୍ୟକ୍ଷ ପଦର ନିର୍ବାଚନକୁ ଅଧିକ ଗୁରୁତ୍ୱ ଦିଆଯିବ ।

ତେବେ ଲୋକସଭା ନିର୍ବାଚନ ୨୦୧୯ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ପୁଣିଥରେ ଅଧ୍ୟକ୍ଷ ପଦକୁ ସମ୍ଭାଳୁଛନ୍ତି ସୋନିଆ ଗାନ୍ଧୀ ।

Get real time updates directly on you device, subscribe now.