fbpx

କୋଭିଡ୍ ଟିକା ଆବେଦନ ପ୍ରତ୍ୟାହାର କଲା ଫାଇଜର

ନୂଆଦିଲ୍ଲୀ, ୫ା୨: ଭାରତରେ କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ କରିଥିବା ଆବେଦନ ପ୍ରତ୍ୟାହାର କରିନେଇଛି ଫାଇଜର । ଏନେଇ କମ୍ପାନୀ ତରଫରୁ ଆଜି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭାରତରେ କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ପୂର୍ବରୁ ଫାଇଜର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଙ୍କ ନିକଟରେ ଆବେଦନ କରିଥିଲା । ଏହା ପୂର୍ବରୁ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଇଂଲଣ୍ଡ ଓ ବାହାରିନ ଆଦି ଦେଶରେ ଆବେଦନ କରିଥିଲା । ଡ୍ରଗ୍ସ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆର ବୈଠକ ପରେ କମ୍ପାନୀ ଏହି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଇଛି ।

Get real time updates directly on you device, subscribe now.