fbpx

ଓଡିଶାରେ ‘ଚକାଜାମ୍’ କରିବ ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ ‘ଚକାଜାମ’ କରିବାକୁ ଯାଉଛନ୍ତି କୃଷକ । ଆଜି ସାରା ଦେଶ ସହ ଓଡିଶାରେ ବି ଚକାଜାମ୍ କରିବେ ଚାଷୀ । ଓଡିଶାରେ ଚକାଜାମ୍ କରିବ ନବନିର୍ମାଣ କୃଷକ ସଙ୍ଗଠନ । ରାଜ୍ୟର ୨୨ରୁ ୨୩ଟି ଜିଲ୍ଲାରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ ସଙ୍ଗଠନ । ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବ ନବନିର୍ମାଣ କୃଷକ ସଙ୍ଗଠନ ।

ତେବେ ଅପରାହ୍ନ ୧୨ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଚକା ଜାମ୍ ଆନ୍ଦୋଳନ ଚାଲିବ । ଏହି ଆନ୍ଦୋଳନକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଚାଷୀ ଆନ୍ଦୋଳନ ହିଂସାତ୍ମକ ନ ହେଉ । ସେହିପରି କଂଗ୍ରେସ ମଧ୍ୟ ଏହି ‘ଚକାଜାମ’କୁ ସମର୍ଥନ କରିଛି ।

Get real time updates directly on you device, subscribe now.