fbpx

୩ ଦିନ ବଢିଲା ଟିକାଦାନ ଅବଧି

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ ପାଇଁ ୩ ଦିନ ବଢିଛି ଅବଧି । ୧୩ ତାରିଖ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାପାଳ ଓ କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସୁଦ୍ଧା ପ୍ରଥମ ଡୋଜ୍ ଟିକାଦାନ ଶେଷ କରିବାର ଥିଲା । ଫେବ୍ରୁଆରୀ ୧୫ ତାରିଖରୁ ଦ୍ୱିତୀୟ ଡୋଜ୍ କୋଭିଡ ଟିକାଦାନ ଆରମ୍ଭ ହୋଇଯିବ  ।

Get real time updates directly on you device, subscribe now.