fbpx

କାଲି ଦିନ ୧ଟା ଯାଏଁ ଘରୋଇ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର, ୧୪ା୨ (ଓଡିଶା ଭାସ୍କର): କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟି ରଖି ରାଜ୍ୟବ୍ୟାପୀ ଆସନ୍ତାକାଲି ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲିରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ସକାଳ ୬ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ୭ ଘଣ୍ଟା ଯାଏଁ ବସ ଚଳାଚଳ ବନ୍ଦ ରହିବ ବୋଲି ସେ କହିଛନ୍ତି । ଦିନ ଗୋଟିଏ ପରେ ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ ସ୍ବାଭାବିକ ହେବ। ବସ୍‌ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍‌ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଅ ଯାଇଥିବାର ଜଣାପଡିଛି ।

Get real time updates directly on you device, subscribe now.